ବିନା କାମରେ ୫ବର୍ଷର ଦରମା ସାଙ୍ଗକୁ ପଦୋନ୍ନତି

ଜଣେ କର୍ମଚାରୀ ୫ ବର୍ଷ କାମ ନକରି ନେବେ ଦରମା  । ଆଉ ପୁଣି ସମୟ ହେବାପରେ ମିଳିବ ବି ପଦୋନ୍ନତି । ଆପଣଙ୍କୁୁ ଏକଥାଟି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । ଖାଲି ଆପଣଙ୍କୁ କାହିଁକି ସମସ୍ତଙ୍କୁ ଏପରି କଥା ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ । କଥାଟି ସମ୍ପୂର୍ଣ୍ଣ ଜାଣିଲେ ନିଶ୍ଚୟ ତାଜୁବ ହୋଇଯିବେ । ତେବେ ଆସନ୍ତୁ ଜାଣିବା..

ମନି କଣ୍ଟ୍ରୋଲର ରିପୋର୍ଟ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମ ରେଡିଟର ଜଣେ ଉପଭୋକ୍ତା ଏଭଳି ଦାବି କରିଛନ୍ତି । ସେ କହିଛନ୍ତି ଯେ ଯେଉଁ କାମ ପାଇଁ ସେ କମ୍ପାନୀ ଦ୍ୱାରା ନିଯୁକ୍ତି ପାଇଥିଲେ ତାହା କେବଳ ଏକ କମ୍ପ୍ୟୁଟର କୋଡ୍ ସହିତ ସ୍ୱୟଂଚାଳିତ ଭାବରେ କରାଯାଇଥିଲା । ସେ ଏହା କାହାକୁ କହି ନଥିଲେ ଏବଂ ଚୁପଚାପ୍ ସେଠାରେ କାମ ନକରି ୫ ବର୍ଷ ପର୍ୟ୍ୟନ୍ତ ଦରମା ନେଇଥିଲେ । ଏବଂ ୫ ବର୍ଷ ପରେ ତାଙ୍କୁ ପଦୋନ୍ନତି ବି ମିଳିଥିଲା । ହେଲେ ବ୍ୟକ୍ତି ଜଣକ ନିଜ ଚାକିରି ବିଷୟରେ କହିବା ସମୟରେ ତାଙ୍କ ନାଁ, କମ୍ପାନୀର ନାଁ ଓ କେଉଁ ଦେଶରେ ରହୁଛନ୍ତି ତାହା ସୂଚନା ଦେଇନାହାନ୍ତି ।

ବ୍ୟକ୍ତି ଜଣଙ୍କ ସୂଚନା ଅନୁସାରେ ସେ ଏକ କମ୍ପାନୀରେ ୨୦୧୫ରୁ ଡାଟା ଏଣ୍ଟ୍ରି ଅପରେଟର ଭାବେ ଚାକିରି କରୁଥିଲେ । ଏବଂ ତାଙ୍କର ନାଇଟ୍‍ ସିଫ୍ଟ ଥିଲା । ରାତିରେ ଅଫିସ୍ ସଫା କରିବା ଏବଂ ଯାତାୟାତର ଖର୍ଚ୍ଚ ସଞ୍ଚୟ କରିବା ପାଇଁ କମ୍ପାନୀ ତାଙ୍କୁ ପ୍ରଥମ ଦିନରୁ ଘରୁ କାମ ଦେଇଥିଲା । ବ୍ୟକ୍ତ ଜଣକ ଆହୁରି ମଧ୍ୟ କହିଛନ୍ତି, ତାଙ୍କର ଟ୍ରେନିଂ ପରେ ସେ ଜାଣିଯାଇଥିଲେ କି ଏହି କାମ କେବଳ ଏକ କୋଡ ଦ୍ୱାରା ହୋଇପାରିବ । ହେଲେ ସେ କୌଣସି କୋଡିଂ ଜାଣି ନଥିଲେ । ଏନେଇ ସେ ଜଣେ ଫ୍ରିଲାନ୍ସର୍ ଡେଭଲପର୍ ସହିତ କଥା ହୋଇଥିଲେ । ପରେ ଫ୍ରିଲାନ୍ସର୍ ଡେଭଲପର୍ ଏକ କୋଡ୍ ତିଆରି କରିବା ପରେ ତାଙ୍କୁର ୨ ମାସର ଅର୍ଥ ରାଶି ତାଙ୍କୁ ପ୍ରଦାନ କରିଥିଲେ । ପରେ ବ୍ୟକ୍ତି ଜଣକ ଅଫିସ କାର୍ଯ୍ୟ ସମୟରେ ଶୋଇବା ସହ ଫିଲ୍ମ ମଧ୍ୟ ଦେଖୁଥିଲେ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ଅଫିସ ତାଙ୍କୁ ତାଙ୍କର ଭଲ କାମ ପାଇଁ ମଧ୍ୟ ପଦୋନ୍ନତି ଦେଇଛି । ତାଙ୍କର ଦୁଇଥର ଦରମର ମଧ୍ୟ ବୃଦ୍ଧି ହୋଇଛି । କାରଣ ସେ କାର୍ଯ୍ୟକାଳ ସମୟରେ କୌଣସି ଛୁଟି ନେଇ ନଥିବା ମଧ୍ୟ କହିଛନ୍ତି ।

ନିକଟରେ ବ୍ୟକ୍ତ ଜଣକ ଚାକିରି ଛାଡିଥିବା ତାଙ୍କ ସୂଚନାରେ ଦର୍ଶାଇଛନ୍ତି । ଏଥି ସହ କମ୍ପାନୀ ପକ୍ଷରୁ ଏକ ଚିଠିରେ କିହୁଯାଇଥିଲା କି, କମ୍ପାନୀର ଲାପଟପ୍‍ ଓ ଅନ୍ୟାନ୍ୟ ଜିନିଷ ମୁଁ ରଖିପାରିବି । କାରଣ ମୋର କାମ ସେମାନଙ୍କ ପାଇଁ ପସନ୍ଦ ଥିଲା । ଭବିଷ୍ୟତରେ ଯେ କୌଣସି ପଦବୀ ପାଇଁ ମୁଁ ଆବେଦନ କରିପାରିବି ବୋଲି କୁହାଯାଇଥିଲା । ଶେଷରେ ବ୍ୟକ୍ତି ଜଣକ କହିଥିଲେ ଏହି କଥା ମୁଁ ମୋର ପରିବାର, ପତ୍ନୀ ଓ ବନ୍ଧୁମାନଙ୍କୁ ଜଣାଇନାହିଁ । ପ୍ରଥମଥର ପାଇଁ ମୁଁ ମୋର ଚାକିରି ବିଷୟରେ ଆପଣଙ୍କ ସହ ସେୟାର କରୁଛି ।

Comments are closed.