ଧର୍ମଶାଳା ପୁଲିସ କବଜାରେ ବଡ ଧରଣର ଡକାୟତି ଗ୍ୟାଙ୍ଗ : ୫ ଗିରଫ

ଯାଜପୁର : ଏକ ବଡ଼ ଡକାୟତି ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛି ଧର୍ମଶାଳା ପୋଲିସ । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସହ ୫ଜଣକୁ ଗିରଫ କରିବାରେ ସକ୍ଷମ ହୋଇଥିବାବେଳେ ସେମାନଙ୍କ ନିକଟରୁ ୪ଟି ସୁନା ଚେନ, ୨ଟି ବାଇକ୍‌, ୮ଟି ମୋବାଇଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ବିଶେଷ କରି ଏହି ଗ୍ୟାଙ୍ଗ ଜାତୀୟ ରାଜପଥରେ ଯାଉଥିବା ମହିଳାମାନଙ୍କୁ ଟାର୍ଗେଟ କରି ଛିନତାଇ କରିଥାନ୍ତି । ଏମାନଙ୍କ ନାମରେ ଜିଲ୍ଲା ତଥା ଜିଲା ବାହାରର ବିଭିନ୍ନ ଥାନାରେ ୧୦ରୁ ଅଧିକ ଛିନତାଇ ମାମଲା ରହିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ସରୋଜ କୁମାର ସାହୁ।

Comments are closed.