ଶୋଇଥିବାବେଳେ ଭୁଶୁଡ଼ି ପଡ଼ିଲା କାନ୍ଥ, ପରିବାରର ୫ ମୃତ

ଶାହାଜାହାନପୁର: ରାତିରେ ଶୋଇଥିବାବେଳେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶର ଶାହାଜାହାନପୁର ସହର ଅନ୍ତର୍ଗତ ୱାଜିଦ କଲୋନୀରେ ଏହି ଅଭାବନୀୟ ଘଟଣା ଘଟିଛି। ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଗୁରୁବାର ବିଳମ୍ବିତ ରାତିରେ ପରିବାର ଲୋକେ ଘରେ ଶୋଇଥିଲେ। ହଠାତ୍‌ ଏକ ଇଟା କାନ୍ଥ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ଜୀବନ ଚାଲିଯାଇଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। କିପରି କାନ୍ଥ ଭୁଶୁଡ଼ିଲା ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ ଚଳାଇଛି।

Comments are closed.