ରାଜ୍ୟରୁ ଆଉ ୫ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରୁ ଆଉ ୫ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା। ଆଜି ମୃତ୍ୟୁ ବରଣ କରିଥିବା ୫ ଜଣଙ୍କୁ ମିଶାଇ ରାଜ୍ୟର ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୧ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବରଣ କରିଥିବା ୫ ଜଣଙ୍କ ମଧ୍ୟରେ ୩ ଜଣ ଗଞ୍ଜାମ ଜିଲାରୁ ହୋଇଥିବା ବେଳେ ଜଗତସିଂପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ରହିଛିନ୍ତି।


ଗଞ୍ଜାମରୁ ମୃତ୍ୟୁ ବରଣ କରିଥିବା ୩ ଜଣ ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୭୦, ୪୪ ଓ ୩୯ ବୋଲି ଜଣାପଡିଛି। ଆଜି ଗଞ୍ଜାମ ଜିଲାରେ ୩ ମୃତକଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା କେବଳ ଗଞ୍ଜାମରୁ ୫୫ ଜଣଙ୍କ ଜୀବନ ନେଇ ସାରିଛି ମହାମାରୀ କରୋନା।

ସେହିପରି ଆଜି ମୃତ୍ୟୁବରଣ କରିଥିବା ଆଉ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଜଗତସିଂପୁର  ଏବଂ ଜଣେ ସୁନ୍ଦରଗଡ ଜିଲାରୁ ରହିଛନ୍ତି। ଜଗତସିଂପୁର ଜିଲାର ମୃତକ ଜଣଙ୍କ ପୁରୁଷ ହୋଇ୍‌ଥିବା ବେଳେ ତାଙ୍କର ବୟସ ୬୭ ବର୍ଷ ବୋଲି ଜଣାପଡିଛି। ସୁନ୍ଦରଗଡ ଜିଲାରୁ ମୃତ୍ୟୁ ବରଣ କରିଥିବା ମୃତକ ଜଣଙ୍କ ଜଣେ ମହିଳା ହୋଇଥିବା ବେଳେ ତାଙ୍କ ବୟସ ୬୫ ବର୍ଷ ବୋଲି ଜଣାପଡିଛି।

Comments are closed.