ଏନକାଉଣ୍ଟରରେ ୫ ମାଓବାଦୀ ନିହତ

କୋରାପୁଟ: ଆନ୍ଧ୍ର ସୀମାନ୍ତ ପାଡୁଆ ଥାନା ଅନ୍ତର୍ଗତ କିଟୁଆକାନ୍ତି ଜଙ୍ଗଲରେ ଏନକାଉଣ୍ଟର ଘଟିଛି। କୋମ୍ବିଂ ଅପରେଶନ ବେଳେ ଯବାନଙ୍କ ଗୁଳିରେ ୫ ମାଓବାଦୀ ନିହତ ହୋଇଥିବା କୋରାପୁଟ ଏସ୍‌ପି କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି। ମୃତ ମାଓବାଦୀଙ୍କ ମଧ୍ୟରେ ୩ଜଣ ପୁରୁଷ ଏବଂ ୨ ମହିଳା ରହିଛନ୍ତି।

କିଟୁଆକାନ୍ତି ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ସମ୍ପର୍କରେ ସୂଚନା ମିଳିବା ପରେ ସେଠାରେ ଡିଭିଏଫ ଏବଂ ଏସଓଜି ପକ୍ଷରୁ କୋମ୍ବିଂ ଅପରେଶନ କରାଯାଇଥିଲା। ଏହି ସମୟରେ ଯବାନମାନେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଗୁଳିବିନିମୟ ଘଟିଥିଲା। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ଏସପି ସୂଚନା ଦେଇଛନ୍ତି।

Comments are closed.