ଗୁଳିବିନିମୟରେ ଯବାନ ଶହୀଦ, ୫ ମାଓବାଦୀ ନିହତ

ଦୁମକା: ଝାଡ଼ଖଣ୍ଡର ଦୁମକା ଜଙ୍ଗଲରେ ରବିବାର ଭୋର ସମୟରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ଯବାନ ଶହୀଦ ହୋଇଥିବାବେଳେ ୫ ମାଓବାଦୀ ନିହତ ହୋଇଛନ୍ତି। ଏଥିସହ ୪ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଦୁମକା ଏସପି ୱାଇ. ଏସ. ରମେଶ କହିଛନ୍ତି। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି। ଉଚ୍ଚ ପଦସ୍ଥ ଅଧିକାରୀମାନେ ଘଟଣା ଉପରେ ନଜର ରଖିଛନ୍ତି।

ସୂଚନାଯୋଗ୍ୟ, ଗତ ଶନିବାର ଦିନ ଆସାମର ଚିରାଙ୍ଗ ଜିଲା ଅନ୍ତର୍ଗତ ବାସୁଗାଓ ଅଞ୍ଚଳରୁ ଯବାନମାନେ ୨ ଜଣ ମାଓବାଦୀଙ୍କୁ ଗିରଫ କରିଥିଲେ। ଉଭୟ ମାଓବାଦୀ ମୁସଲିମ ମୌଳବାଦୀ ସଂଗଠନ(ଏମଏଫଓ)ର ମୋଫିଜୁଲ ଇସଲାମ ଏବଂ ଫରମାନ ଅଲି ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ବହୁ ପରିମାଣର ଟଙ୍କା, ଅସ୍ତ୍ରଶସ୍ତ୍ର ଏବଂ ପାସ୍‌ପୋର୍ଟ ଜବତ ହୋଇଥିଲା।

Comments are closed.