ଆମ୍ବ ଟ୍ରକ ଓଲଟି ୫ ପ୍ରବାସୀ ଶ୍ରମିକ ମୃତ, ୧୧ ଆହତ

ଭୋପାଳ : ମଧ୍ୟପ୍ରଦେଶର ନରସିଂହପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଶ୍ରମିକ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ନରସିଂହପୁର ଜିଲାର ପଥଗ୍ରାମ ପାଖରେ ଏକ ଆମ୍ବ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିଲ। । ଟ୍ରକଟି ଓଲଟି ପଡିବା ଫଳରେ ଏଥିରେ ଥିବା ୫ ଜଣ ପ୍ରବାସୀ ଶ୍ରମିକ ମୃତ୍ୟୁ ବରଣ କରିଥିବା ବେଳେ ୧୧ ଜଣ ଶ୍ରମିକ ଆହତ ହୋଇଛନ୍ତି । ଆମ୍ବ ଟ୍ରକରେ ଶ୍ରମିକମାନେ ତେଲେଙ୍ଗାନାର ହାଇଦ୍ରାବାଦରୁ ଉତ୍ତରପ୍ରଦେଶର ଆଗ୍ରାକୁ ଯାଇଥିଲେ । ନରସିଂହପୁର ଜିଲାପାଳ ଦୀପକ ସାକ୍ସେନା କହିଛନ୍ତି ଆମ୍ବ ଭର୍ତ୍ତି ହୋଇଥିବା ଏହି ଟ୍ରକରେ ସମୁଦାୟ ୧୮ ଜଣ ପ୍ରବାସୀ ଶ୍ରମିକ ଯାତ୍ରା କରୁଥିଲେ ।

Comments are closed.