ବାଣ କାରଖାନାରେ ବିସ୍ଫୋରଣ, ୫ ଜୀବନ୍ତ ଦଗ୍ଧ

ଉତ୍ତରପ୍ରଦେଶର ବିଜନୌର ଅଞ୍ଚଳରେ ଗୁରୁବାର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ଏହା ଫଳରେ ଫ୍ୟାକ୍ଟ୍ରିରେ କାର୍ଯ୍ୟ କରୁଥିବା ୫ ଜଣ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି। ଅନ୍ୟ ୪ ଜଣ ଏଥିରେ ଗୁରୁତର ଆହତ ହୋଇଛନ୍ତି।

ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଆଖପାଖ ଅଞ୍ଚଳ ଥରି ଉଠିଥିଲା। ଲୋକେ ଆତଙ୍କିତ ହୋଇପଡ଼ିଥିଲେ। କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ଭିଡ଼ ଜମିଥିଲା। ଖବର ପାଇ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଜିଲାପାଳ ରମାକାନ୍ତ ପାଣ୍ଡେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ଜିଲାପାଳ କହିଛନ୍ତି ଯେ, ଗୁରୁବାର କାରଖାନାରେ କାରିଗରମାନେ କାମ କରୁଥିଲେ। ଏହି ସମୟରେ କୌଣସି କାରଣରୁ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲେ। ଫଳରେ କାରଖାନାରେ ଗଚ୍ଛିତ ଥିବା ବାଣଗୁଡ଼ିକ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ତେ​କିପରି ନିଆଁ ଲାଗିଲା ତାହାର ତଦନ୍ତ କରାଯାଉଛି ବୋଲି ଜିଲାପାଳ କହିଛନ୍ତି।

Comments are closed.