ସିନାପାଲିରେ ପୁଣି ୫ କରୋନା ପଜିଟିଭି ଚିହ୍ନଟ

ସିନାପାଲି : ସିନାପାଲିରେ ଆଜି ପୁଣି ୫ କରୋନା ପଜିଟିଭି ଚିହ୍ନଟ ହୋଇଥିବା ସୂଚନା ମିଳିଛି। ବୁଧବାର ୨୪ ଜଣଙ୍କ ସ୍ୱାବ୍‌ ସଂଗ୍ରହ କରାଯାଇ ଥିବା ବେଳେ ୩୯ ଜଣଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୫ ଜଣଙ୍କ ପଜିଟିଭ ଆସିଥିବା ବେଳେ ୨ ଜଣ ସିନାପାଲି ସହରର, ଜଣେ ବ୍ରାହ୍ମଣୀଗୁଡ଼ା ଓ ୨ ଜଣ ହାତିବନ୍ଧା ଗ୍ରାମର ବୋଲି ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ସିନାପାଲି ବ୍ଲକରେ ମୋଟ ୭୨ ଜଣଙ୍କ ଠାରେ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

Comments are closed.