ଡ୍ରାଇଭରକୁ ମାଡ଼ ଓ ଲୁଟ ଘଟଣାରେ ୫ ଗିରଫ

କେଶଦୁରାପାଳ: ଘଷିପୁରା ଥାନା ପୋଲିସ ଦ୍ଵାରା ୨୦ ନଂ ଜାତୀୟ ରାଜପଥ ଗୋହିରା ନିକଟରେ ଏକ ଟ୍ରକ ଡ଼୍ରାଇଭରକୁ ମାଡ଼ ମାରି ଲୁଟ କରୁଥିବା ସମୟରେ ୫ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଦଶ ହଜାର ଟଙ୍କା, ଆକ୍ରମଣରେ ବ୍ୟବହାର କରିଥିବା ଭୁଜାଲି ଓ ଦୁଇଟି ବାଇକ୍ ଜବତ କରି କୋର୍ଟ ଚାଲାଣ କରାଯାଇଛି। ଲୁଟେରା ଶୈଲଙ୍ଗର ବିଷ୍ଣୁ ରାଉତ (୩୫), ହେମନ୍ତ ନାଏକ (୨୫), ନବରତ୍ନ ମିଶ୍ର (୨୫), ସୁରେଶ ପୁହାଣ (୪୫) ଓ ଆଶୁତୋଷ ପଣ୍ଡା (୩୦)କୁ ଗିରଫ କରିଛି ପୁଲିସ।

ସୁଚନାରୁ ପ୍ରକାଶ ବିଳମ୍ବିତ ରାତିରେ ୨୦ ନଂ ଜାତୀୟ ରାଜପଥରେ ଟ୍ରକ ଜାମ ଥିବାର ସୁଯୋଗ ନେଇ କିଛି ଲୁଟେରା ଜଣେ ଟ୍ରକ ଡ୍ରାଇଭର ପିପିଲି ଅଞ୍ଚଳର ପ୍ରହଲ୍ଲାଦ ଭାରତୀଙ୍କୁ ଆକ୍ରମଣ କରି ଦଶ ହଜାର ଟଙ୍କା ଓ ଚାଲାଣ ଲୁଟ କରୁଥିଲେ। ଖବର ପାଇ ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଂଚି ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରି ପ୍ରଥମେ ଆନନ୍ଦପୁର ପରେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ। ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Comments are closed.