କ୍ରସରରୁ ଦାଦାବଟି ଆଦାୟ: ଏସପି ଏବଂ ସ୍ପେଶାଲ ସ୍କ୍ୱାଡ଼ର ଚଢ଼ାଉ, ୫ ଜଣ ଗିରଫ

ବେଗୁନିଆ : ବେଗୁନିଆ ଥାନା ଅଂଚଳରେ ବହୁ ବେଆଇନ କ୍ରସର ଚାଲିଥିବାବେଳେ ପ୍ରଶାସନ ତରଫରୁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ବେଆଇନ ପଥର ଚାଲାଣ ସହିତ ବିଭିନ୍ନ ମୁଣ୍ଡିଆରୁ ପଥର ତାଡି ପଥର ମାଫିଆମାନେ ପଥର ଚୋରା ଚାଲାଣ କରୁଥିବା ଯୋଗୁଁ ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ଵ ହାନି ହେଉଛି । ବେଗୁନିଆ ଥାନା ଅନ୍ତର୍ଗତ ଦଲକଠାରେ ଭୁବନେଶ୍ୱରର ସବ୍ୟସାଚୀ ମିଶ୍ର କରିଥିବା ଏକ କ୍ରସର ଉପରେ ସ୍ଥାନୀୟ ପଥର ମାଫିଆଙ୍କ ନଜର ପଡିଛି । ସମ୍ପୃକ୍ତ କ୍ରସରରୁ ଯେତିକି ଟ୍ରକ ମାଲ ଯିବ ତା ଉପରେ ଟ୍ରିପ ପିଛା ୫ ଜଣ ପଥର ମାଫିଆ ଯୁବକ ଦାଦାବଟି ଆଦାୟ କରୁଥିଲେ । ସମ୍ପୃକ୍ତ କ୍ରସର ମାଲିକ ବଟି ନ ଦେବାରୁ ଦଲକ ଗ୍ରାମର ବାଦଲ ବଡ଼ଜେନା, କେଦାର ବଡ଼ଜେନା, ଜିତୁନା ବରାଳ, ଧରଣୀ ବେହେରା ଏବଂ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ବଡପଡା ଗ୍ରାମର ବିଭୁନା ବଳିଆରସିଂ ଗତ ୧୪ ତାରିଖ ଦିନ ରାତିରେ ସମ୍ପୃକ୍ତ ୫ ଜଣ ଗୁଣ୍ଡା ଶ୍ରେଣୀୟ ଯୁବକ ବୋମା ମାଡ଼ କରି ତାଙ୍କ କାର୍ୟ୍ୟାଳୟରେ ଥିବା ସମସ୍ତ ଜିନିଷ ସହିତ ଆସବାବପତ୍ର ନଷ୍ଟ କରିଦେଇଥିବାବେଳେ ଜେସିବି ଏବଂ ଟ୍ରକଗୁଡିକ ନଷ୍ଟ କରି ଦେଇଥିଲେ । ଏସପି ରାଜ କିଶୋର ଦୋରା, ଏସଡିପିଓ ସୁଶୀଲ ମିଶ୍ର ଏବଂ ସ୍ପେଶାଲ ସ୍କ୍ୱାଡ଼ର ପ୍ରତ୍ୟକ୍ଷ ତତ୍ୱାବଧାନରେ ଥାନା ଅଧିକାରୀ ଲକ୍ଷ୍ମୀପ୍ରସାଦ ଶତପଥୀ ସମ୍ପୃକ୍ତ ୫ ଜଣଙ୍କୁ ଆଜି ରାତିରେ ଗିରଫ କରିଛନ୍ତି । ଏ ସଂକ୍ରାନ୍ତରେ ଥାନା ଅଧିକାରୀ ଶ୍ରୀ ଶତପଥୀ ୧୦୯/୨୧ ନଂ କେଶ ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି ।

Comments are closed.