ଓଡ଼ିଶାରେ ଚତୁର୍ଥ କରୋନା ରୋଗୀ ଚିହ୍ନଟ

ଭଦ୍ରକ : ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ୨୯ ବର୍ଷୀୟ ଯୁବକ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ନୂଆ ରୋଗୀ ଚିହ୍ନଟ ହେବା ପରେ ସେ କେଉଁ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ତାହା ଜାଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଚତୁର୍ଥ କରୋନା ଆକ୍ରାନ୍ତ ଭଦ୍ରକ ଜିଲାର ବାସିନ୍ଦା ଥିବା ସୂଚନା ମିଳିଛି। ଆକ୍ରାନ୍ତ ଯୁବକ ଜଣଙ୍କ ଦୁବାଇରୁ ଫେରିଥିବା ବେଳେ ଭୁବନେଶ୍ବର ଏମସରେ ତାଙ୍କର ରିପାର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

Comments are closed.