ଦେଶରେ ୪୮,୭୮୬ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ; ଦିନକରେ ସୁସ୍ଥ ହେଲେ ୬୧,୫୮୮

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮,୭୮୬ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ଦିନକରେ ୬୧,୫୮୮ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ମୋଟ ୨,୯୪,୮୮,୯୧୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିସାରିଛନ୍ତି । କ୍ରମାଗତ ୪୯ ଦିନ ପାଇଁ ଦୈନିକ ଆରୋଗ୍ୟ ହାର ସଂକ୍ରମଣ ତୁଳନାରେ ଯଥେଷ୍ଟ ବୃଦ୍ଧିପାଇଛି । ଆରୋଗ୍ୟ ହାର ୯୬.୯୭%କୁ ବୃଦ୍ଧି ପାଇଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୫% ତଳେ ରହିଛି । ସଂପ୍ରତି ସାପ୍ତାହିକ ସଂକ୍ରମଣ ହାର ୨.୬୪% ରହିଥିବା ଜଣାଯାଇଛି । ସେହିଭଳି ଦୈନିକ ସଂକ୍ରମଣ ହାର ୨.୫୪% ରହିଛି ଏବଂ କ୍ରମାଗତ ୨୪ ଦିନ ଧରି ଦୈନିକ ସଂକ୍ରମଣ ସ୍ତର ୫%ରୁ କମ୍‍ ରହୁଛି ।

ଦେଶରେ ଏପର୍ଯ୍ୟନ୍ତ ମୋଟ ୪୧.୨୦ କୋଟି ନମୁନା ପରୀକ୍ଷା କରାଯାଇସାରିଛି । ସେହିଭଳି ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ୩୩.୫୭ କୋଟି ପାନ ଟିକା ଦିଆଯାଇସାରିଛି । ଭାରତରେ ସଂପ୍ରତି ୫,୨୩,୨୫୭ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Comments are closed.