ରାଜ୍ୟରେ ଆଉ ୪୮ ସଂକ୍ରମିତ ଚିହ୍ନଟ, ରୋଗୀ ସଂଖ୍ୟା ୮୭୬କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ୪୮ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସୋମବାର ସୁଦ୍ଧା ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି ପାଇଛି। ନୂଆ ୪୮ ସଂକ୍ରମିତଙ୍କ ମଧ୍ୟରୁ ଯାଜପୁରରୁ ସର୍ବାଧିକ ୧୬ ଜଣ ରହିଥିବାବେଳେ ଗଞ୍ଜାମରୁ ୧୫, ପୁରୀରୁ ୪, କେନ୍ଦ୍ରାପଡ଼ା ଓ ନୟାଗଡ଼ରୁ ୩ ଜଣ ଲେଖାଏ, କନ୍ଧମାଳ ଓ ବଲାଙ୍ଗୀରରୁ ୨ ଜଣ ଲେଖାଏ ଏବଂ ବୌଦ୍ଧ, କଟକ ଓ ଖୋର୍ଦ୍ଧାରୁ ଜଣେ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏହା ସହିତ କନ୍ଧମାଳକୁ କରୋନା ଛୁଇଁଛି। ଏହି ଜିଲାରେ ୨  ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ୪୮ ସଂକ୍ରମିତଙ୍କ ମଧ୍ୟରୁ ୪୭ ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ଥିବାବେଳେ ଜଣେ ଜେଲ୍‌ରୁ ଚିହ୍ନଟ ହୋଇଛନ୍ତି।

Comments are closed.