୪୮ କେଜି ଗଞ୍ଜେଇ ଜବତ, ୨ ଯୁବକ ଗିରଫ

ପଦ୍ମପୁର:ହ  ବୁଡେନ ଥାନା ଅଂଚଳରେ ଗଂଜେଇ ଚାଲାଣ କରୁଥିବା ଘଟଣାରେ ପୁଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି । ବୁଡେନ ଥାନା ଅଧିନସ୍ଥ କୁକୁରୀମୁଣ୍ତା ଗ୍ରାମର ରାଜେନ୍ଦ୍ର ବଢେଇ ବୌଦ ଅଂଚଳରୁ ଗଂଜେଇ ଆଣି ବ୍ୟବସାୟ କରୁଥିବା ଗୁପ୍ତ ରିପୋର୍ଟ  ପୋଲିସ ପାଖକୁ ପହଂଚି ଥିଲା। ଗଂଜେଇ ଆଣି ଗୋଦାମରେ ରଖିଥିବା ବେଳେ ଥାନାଧିକାରୀ ବୀରବର ଭଗତ ଓ ସହକର୍ମିମାନେ ଅତର୍କିତ ଚଢାଉ କରିଥିଲେ।ଗୋଦାମରୁ ୪୮କେଜି୨୨୦ଗ୍ରାମ ଗଂଜେଇ ଜବତ କରିବା ସହ କୁକୁରୀମୁଣ୍ତା ଗ୍ରାମର ଗୋଦାମ ମାଳିକ ରାଜେନ୍ଦ୍ର ବଢେଇ (୩୭) ଓ ସହଯୋଗୀ ମିଳୁ ଓରଫ ରଂଜନ ଭଏଁଷା (୨୫)କୁ କାବୁ କରିଥିଲେ।ବୁଡେନ ଥାନା କେଶ ନଂ ୦୭/୨୦ରେ ଏକ ମୋକଦ୍ଦମା ରୁଜ୍ଜୁ କରି ଉଭୟ ଅଭିଯୁକ୍ତଂକୁ କୋର୍ଟଚାଲାଣ କରିଛନ୍ତି ।ମାଜିଷ୍ଟ୍ରେଟଂକ ଉପସ୍ଥିତିରେ ଗଂଜେଇକୁ ଓଜନ କରି ସିଲ କରାଯାଇଛି।ଆଗାମୀ ଦିନରେ ଅସାମାଜିକ କାର୍ଯ୍ୟ କଳାପ,ଚୋରା ନିଶା ଦ୍ରବ୍ୟ ଉପରେ କଠୋର କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସାମ୍ବାଦିକମାନଂକୁ ସୂଚନା ଦେଇଥିଲେ ।

Comments are closed.