ଚୀନ୍‌କୁ ପୁଣି ଝଟ୍‌କା; ଆଉ ୪୭ ଚାଇନିଜ୍‌ ଆପ୍‌ ନିଷିଧ

ନୂଆଦିଲ୍ଲୀ: ଚୀନ ଉପରେ ଭାରତ ସରକାର ଆଉ ଏକ ଡିଜିଟାଲ ଷ୍ଟ୍ରାଇକ୍‌ କରିଛନ୍ତି। ପୂର୍ବରୁ ୫୯ ଚାଇନିଜ୍‌ ମୋବାଇଲ୍‌ ଆପ୍‌ ଉପରେ ସରକାର ପ୍ରତିବନ୍ଧକ ଲଗାଇଥିବାବେଳେ ପୁଣି ୪୭ ଆପ୍‌କୁ ନିଷିଦ୍ଧ କରିଛନ୍ତି। ଫଳରେ ବର୍ତ୍ତମାନ ସୁଦ୍ଧା ମୋଟ ୧୦୬ ଚାଇନିଜ୍‌ ଆପ୍‌କୁ ଭାରତରେ ନିଷିଦ୍ଧ କରାଯାଇଛି। ଏହି ୪୭ ଆପ୍‌ ପୂର୍ବରୁ ନିଷିଦ୍ଧ ହୋଇଥିବା ୫୯ ଆପ୍‌ର କ୍ଲୋନ୍‌ ଆର୍ଥାତ୍‌ ଡୁପ୍ଲିକେଟ୍‌। ତେବେ ଏସବୁ ଆପ୍‌ଗୁଡ଼ିକର ନାମ୍‌ ତାଲିକା ଜାରି କରାଯାଇ ନାହିଁ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସରକାର ଚୀନ୍‌ର ମୋଟ ୨୭୫ ଆପ୍‌ର ତାଲିକା ପ୍ରସ୍ତୁତ କରିଛନ୍ତି। ଆଗାମୀ ଦିନରେ ଏସବୁ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଯାଇପାରେ ବୋଲି କୁହାଯାଉଛି। ଏହି ତାଲିକାରେ ପବ୍‌ଜୀ ଏବଂ ଜିଲୀ ଭଳି ଆପ୍‌ ରହିଛି। ସରକାର ଏସବୁ ଆପ୍‌ଗୁଡ଼ିକୁ ଯାଞ୍ଚ କରିବେ। ଆପ୍‌ଗୁଡ଼ିକ ପ୍ରାଇଭେସି ନିୟମଗୁଡ଼ିକୁ ଉଲ୍ଲଂଘନ କରୁଛନ୍ତି କି ନାହିଁ ତାହାର ତଦାରଖ କରିବେ। ଏହାବ୍ୟତୀତ ଏକାଧିକ ଚାଇନିଜ୍‌ ଇଣ୍ଟରନେଟ୍‌ କମ୍ପାନୀ ଉପରେ ବି ପ୍ରତିବନ୍ଧକ ଲଗାଯାଇପାରେ।

Comments are closed.