ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ୪୬୨ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୬୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୬୮ ଓ ସ୍ଥାନୀୟ ସଂକ୍ରମିତ ୧୯୪ ଜଣ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୭୦ ଜଣ ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲାରୁ ୬, ବାଲେଶ୍ୱର ୧୧, ବରଗଡ ୪, ଭଦ୍ରକ ୧୬, ବଲାଙ୍ଗିରରେ ୨ ଜଣ ଚିହ୍ନଟ ହୋଇଛନ୍ତି। କଟକ ଜିଲାରେ ୩୦, ଦେବଗଡ ୧, ଢେଙ୍କାନାଳ ୨, ଗଜପତି ୨, ଗଞ୍ଜାମ ୨ ଓ ଜଗତସିଂହପୁରରେ ୩୧ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଯାଜପୁରରେ ୨୮, ଝାରସୁଗୁଡା ୪, କଳାହାଣ୍ଡି ୨, କନ୍ଧମାଳ ୧, କେନ୍ଦ୍ରାପଡା ୧୦, କେନ୍ଦୁଝରରେ ଜଣେ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲାରେ ୨୦୧, ମୟୁରଭଞ୍ଜ ୧୩, ନୟାଗଡ ୫, ନୂଆପଡା ୧, ପୁରୀ ୧୩ ଓ ରାୟଗଡାରେ ୪ ଜଣ ଚିହ୍ନଟ ହୋଇଛନ୍ତି। ସମ୍ବଲପୁରରେ ୧୨, ସୋନପୁର ୧, ସୁନ୍ଦରଗଡ ୧୬ ଓ ଷ୍ଟେଟପୁଲରୁ ୪୩ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ ୬୦୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟରେ ସଂପ୍ରତି ୫୩୫୧ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି।

Comments are closed.