ଦେଶରେ ଦିନକରେ ୪୫,୩୫୨ ନୂଆ କରୋନା ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୫,୩୫୨ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହିତ ୨୪ ଘଣ୍ଟା ମଧ୍ୟରେ ୩୪,୭୯୧ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୪୫% ରହିଛି। ସେହିଭଳି ଦୈନିକ ସଂକ୍ରମଣ ହାର ୨.୭୨% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୬୬% ରହିଥିବା ଜଣାଯାଇଛି। ସଂପ୍ରତି ଦେଶରେ ୩,୯୯,୭୭୮ ସକ୍ରିୟ କରୋନା ରୋଗୀ ରହିଛନ୍ତି। ଗୁରୁବାର ସଂଧ୍ୟା ସୁଦ୍ଧା ଦେଶରେ ୫୨.୬୫ କୋଟି ନମୁନା ପରୀକ୍ଷା କରାଯାଇସାରିଛି। ଏଥିସହିତ ମୋଟ ୬୭.୦୯ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି।

Comments are closed.