ଦିନକରେ ରାଜ୍ୟରେ ୪୪୬୯ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୬୧୨

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୫୪୬ ଏବଂ ସ୍ଥାନୀୟ ସଂକ୍ରମିତ ୧୯୨୩ ଜଣ ରହିଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୧୨ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ଅନୁଗୁଳରୁ ୨୨୬, ବାଲେଶ୍ୱର ୩୧୮, ବରଗଡ ୮୫, ଭଦ୍ରକ ୧୬୫, ବଲାଙ୍ଗୀର ୫୬, ବଉଦ ୯୦, କଟକ ୪୧୩, ଦେବଗଡ ୨୩, ଢେଙ୍କାନାଳ ୨୫୨, ଗଜପତି ୨୬, ଗଞ୍ଜାମ ୪୩, ଜଗତସିଂହପୁର ୧୪୦, ଯାଜପୁର ୩୭୦, ଝାରସୁଗୁଡା ୨୭, କଳାହାଣ୍ଡି ୯୨, କନ୍ଧମାଳ ୨୮, କେନ୍ଦ୍ରାପଡା ୫୯, କେନ୍ଦୁଝର ୯୬, କୋରାପୁଟ ୮୭ ଏବଂ ମାଲକାନଗିରି ଜିଲାରୁ ୭୫ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ମୟୁରଭଞ୍ଜ ଜିଲାରୁ ୨୧୬, ନବରଙ୍ଗପୁର ୧୧୮, ନୟାଗଡ ୧୨୮, ନୂଆପଡା ୧୪, ପୁରୀ ୨୪୩, ରାୟଗଡା ୧୩୭, ସମ୍ବଲପୁର ୬୧, ସୋନପୁର ୬୦, ସୁନ୍ଦରଗଡ ୧୦୩ ଏବଂ ଷ୍ଟେଟପୁଲରୁ ୧୦୬ ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ କରୋନାରୁ ଆଉ ୭୫୭୮ ଜଣ ସୁସ୍ଥ ହେବା ସହିତ ଆରୋଗ୍ୟଲାଭ କରିଥିବା ମୋଟ ଲୋକଙ୍କ ସଂଖ୍ୟା ୭୮୯୦୬୬ରେ ପହଞ୍ଚିଛି। ସେହି ସମୟରେ ରାଜ୍ୟରେ ୫୯୩୬୧ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୨୬୫୨୩୯୭ ନମୁନା ପରୀକ୍ଷା କରାଯାଇସାରିଛି।

Comments
Loading...