ଦେଶରେ ଆଉ ୪୩,୫୦୯ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ୪୩,୫୦୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହି ସମୟ ମଧ୍ୟରେ ୩୮,୪୬୫ ଜଣ କରୋନାରୁ ଆରୋଗ୍ୟଲାଭ କରିଥିବା ଜଣାଯାଇଛି। ଏହାକୁ ମିଶାଇ ଦେଶରେ ମୋଟ ୩,୦୭,୦୧,୬୧୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି। ସଂପ୍ରତି ମୋଟ ୪,୦୩,୮୪୦ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।

ବୁଧବାର ସଂଧ୍ୟା ସୁଦ୍ଧା ମୋଟ ୪୬.୨୬ କୋଟି ନମୁନା ପରୀକ୍ଷା କରାଯାଇଛି। ଏଥିସହିତ ସେହି ସମୟ ସୁଦ୍ଧା ଦେଶରେ ମୋଟ ୪୫.୦୭ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି। ସଂପ୍ରତି ଦେଶରେ ଦୈନିକ ସଂକ୍ରମଣ ହାର ୨.୫୨% ଏବଂ ସାପ୍ତାହିକ ହାର ୨.୩୮% ରହିଛି।

Comments are closed.