ରାଜ୍ୟରେ ଆଉ ୪୩୩୯ ନୂଆ କରୋନା ସଂକ୍ରମିତ ଚିହ୍ନଟ; ୪୪ ମୃତ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଗୋଟିଏ ଦିନରେ ୪୪ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧରୁ ୨୪୭୫ ଏବଂ ସ୍ଥାନୀୟ ସଂକ୍ରମିତ ୧୮୬୪ ରହିଛନ୍ତି। ଗୋଟିଏ ଦିନରେ ଅନୁଗୁଳ ଜିଲାରୁ ୨୨୬, ବାଲେଶ୍ୱର ୨୯୬, ବରଗଡ ୬୮, ଭଦ୍ରକ ୨୦୯, ବଲାଙ୍ଗୀର ୫୩, ବଉଦ ୫୪, କଟକ ୪୮୦, ଦେବଗଡ ୨୬, ଢେଙ୍କାନାଳ ୧୪୪, ଗଜପତି ୩୬, ଗଞ୍ଜାମ ୨୯, ଜଗତସିଂହପୁର ୧୪୩, ଯାଜପୁର ୨୦୭, ଝାରସୁଗୁଡା ଜିଲାରୁ ୧୩ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି କଳାହାଣ୍ଡି ଜିଲାରୁ ୬୨, କନ୍ଧମାଳ ୬୨, କେନ୍ଦ୍ରାପଡା ୧୮୧, କେନ୍ଦୁଝର ୯୨, ଖୋର୍ଦ୍ଧା ୭୦୦, କୋରାପୁଟ ୬୫, ମାଲକାନଗିରି ୫୦, ମୟୁରଭଞ୍ଜ ୧୫୮, ନବରଙ୍ଗପୁର ୭୮, ନୟାଗଡ ୧୪୯, ନୂଆପଡା ୧୪, ପୁରୀ ୨୫୫, ରାୟଗଡା ୬୪, ସମ୍ବଲପୁର ୫୪, ସୁନ୍ଦରଗଡ ୧୭୮ ଏବଂ ଷ୍ଟେଟପୁଲରୁ ୧୦୯ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମିତଙ୍କ ମଧ୍ୟରୁ ମୋଟ ୭୯୬୭୯୯ ଜଣ ସୁସ୍ଥ ହୋଇସାରିଥିବାବେଳେ ରାଜ୍ୟରେ ୫୫୯୨୩ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି।

Comments are closed.