ରାଜ୍ୟରେ ଦିନକରେ ୪୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୪୩ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭ ଜଣ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ ଭୁବନେଶ୍ୱରରୁ ୫ ଜିଲାର ଅନ୍ୟାନ୍ୟ ସ୍ଥାନରୁ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ସେହିଭଳି ବରଗଡ ଜିଲାରୁ ୫ ଜଣ ପ୍ରାଣ ହରାଇଥିବାବେଳେ ବଲାଙ୍ଗୀର ଜିଲାରୁ ୨, ବଉଦରୁ ୨, କଟକ ଜିଲାରୁ ୫ଜଣ, ଗଞ୍ଜାମ ଜିଲାରୁ ୩, ଝାରସୁଗୁଡା ଜିଲାରୁ ୪, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡାରୁ ଜଣେ ଲେଖାଏଁ, କୋରାପୁଟ ୩, ପୁରୀ ୪, ରାୟଗଡା ଜିଲାରୁ ଜଣେ, ସମ୍ବଲପୁରରୁ ୨ ଏବଂ ସୁନ୍ଦରଗଡରୁ ୨ ଜଣଙ୍କର ମୃତ୍ୟୁ ଘଟିଛି ।

Comments are closed.