ଦେଶର ୩ ରାଜ୍ୟରେ ୪୩% କରୋନା ମାମଲା, ମୋଟ ନମୁନା ପରୀକ୍ଷଣ ଟପିଲା ୪.୨୩ କୋଟି

କୋଭିଡ-୧୯ ନିମନ୍ତେ ଅଧିକରୁ ଅଧିକ ନମୁନା ପରୀକ୍ଷଣ ପାଇଁ ଭାରତର ସଂକଳ୍ପ ଫଳପ୍ରଦ ହୋଇଛି । ଚଳିତ ବର୍ଷ ଜାନୁଆରୀ ମାସରେ ପୁଣେର ଗୋଟିଏ ପରୀକ୍ଷାଗାରରୁ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହି ମାସରେ ଏହାର ସାମର୍ଥ୍ୟ ଦୈନିକ ୧୦ ଲକ୍ଷରେ ପହଞ୍ଚିଛି । ଗତ୨୪ ଘଣ୍ଟା ମଧ୍ୟରେ  ୮୪୬୨୭୮ଟି ନମୁନା ପରୀକ୍ଷା ହୋଇଥିବା ବେଳେ ଆଜି ମୋଟ ନମୁନା ପରୀକ୍ଷା ସଂଖ୍ୟା ୪.୨୩ କୋଟି ପାର କରିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୭୮୫୧୨ ଜଣ ସଂକ୍ରମିତ ହୋଇଛନ୍ତି ।  ୭ଟି ରାଜ୍ୟରୁ ଗତ ଗୋଟିଏ ଦିନରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ମୋଟ ୭୦ ଭାଗ ଆସିଥିବା ବେଳେ କେବଳ ମହାରାଷ୍ଟ୍ରରୁ ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ଶତକଡା ୨୧ ଭାଗ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ଆନ୍ଧ୍ରପ୍ରଦେଶରୁ ୧୩.୫%, କର୍ଣ୍ଣାଟକରୁ୧୧.୨ % ଏବଂ ତାମିଲନାଡୁ ଓ ଉତ୍ତରପ୍ରଦେଶରୁ ୮.୨୭ ପ୍ରତିଶତ ଥିବା ବେଳେ ପଶ୍ଚିମବଙ୍ଗରୁ ୩,୮୫ ଓ ଓଡିଶାରୁ ୩.୮୪ ପ୍ରତିଶତ ଅଛନ୍ତି ।

ମୋଟ ସଂକ୍ରମିତଙ୍କ ମଧ୍ୟରୁ ୪୩%  ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରୁ ଅଛନ୍ତି । ତାମିଲନାଡୁରେ ଦେଶରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧୧,୬୬ ଅଛନ୍ତି । ଗତ ୨୪ଘଣ୍ଟା ମଧ୍ୟରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରୁ ଶତକଡା ୫୦ ଭାଗ ସଂକ୍ରମିତ ମୃତ୍ୟୁବରଣ କରିଥିବା ବେଳେ ମହାରାଷ୍ଟ୍ରରେ ଏହା ସର୍ବାଧିକ ୩୦.୪୮ % ରହିଛି । କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କ୍ରମବର୍ଦ୍ଧିଷ୍ଣୁ ମୃତ୍ୟୁ ସଂଖ୍ୟା ଉପରେ ତୀକ୍ଷଣ ନଜର ରଖିଛନ୍ତି । ବ୍ୟାପକ ନମୁନା ପରୀକ୍ଷା, ଚିହ୍ନଟ ଓ ଉତ୍କୃଷ୍ଟ ଚିକିତ୍ସା ସେବା ପ୍ରଦାନ କରି ମୃତ୍ୟୁହାର ନିୟନ୍ତ୍ରଣକୁ ଆଣିବା ଲାଗି ଏହି ରାଜ୍ୟଗୁଡିକୁ ପରାମର୍ଶ ଦିଆଯାଇଛି ।

Comments are closed.