ଦିନକରେ ରାଜ୍ୟରେ ଚିହ୍ନଟ ହେଲେ ୪୨୮ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୨୫୨ ଓ ସ୍ଥାନୀୟ ସଂକ୍ରମିତ ୧୭୬ ଜଣ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୫୫ ଜଣ ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲାରେ ୫, ବାଲେଶ୍ୱର ୧୮, ବରଗଡ ୩, ଭଦ୍ରକ ୧୦ ଓ କଟକରେ ୪୬ ଜଣ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳ ଜିଲାରେ ୩, ଗଞ୍ଜାମ ୪, ଜଗତସିଂହପୁର ୨୦, ଯାଜପୁର ୨୧ ଓ କେନ୍ଦ୍ରାପଡାରେ ୬ ଜଣ ଚିହ୍ନଟ ହୋଇଛନ୍ତି। କେନ୍ଦୁଝରରେ ୧, ଖୋର୍ଦ୍ଧା ୧୭୯, ମାଲକାନଗିରି ୧, ମୟୁରଭଞ୍ଜ ୧୮, ନୟାଗଡରେ ୮ ଚିହ୍ନଟ ହୋଇଛନ୍ତି। ସେହିଭଳି ନୂଆପଡାରେ ୪, ପୁରୀ ୧୫, ରାୟଗଡାରେ ୪ ଜଣ ଚିହ୍ନଟ ହୋଇଛନ୍ତି। ସମ୍ବଲପୁରରେ ୯, ସୁନ୍ଦରଗଡ ୬, ଷ୍ଟେଟପୁଲରରୁ ୪୨ ଜଣ ଚିହ୍ନଟ ହୋଇଛନ୍ତି। ଦିନକରେ ୬୮୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସଂପ୍ରତି ରାଜ୍ୟରେ ୬୨୯୦ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି।

Comments are closed.