ଦେଶରେ ୪୧,୬୪୯ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୬୪୯ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକରେ ୩୭.୨୯୧ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଦେଶରେ ଶୁକ୍ରବାର ସଂଧ୍ୟା ସୁଦ୍ଧା ମୋଟ ୪୬.୬୪ କୋଟି ନମୁନା ପରୀକ୍ଷା କରାଯାଇସାରିଥିବାବେଳେ ସେଥିରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୩,୦୭,୮୧,୨୬୩ ଆରୋଗ୍ୟ ଲାଭ କରିସାରିଛନ୍ତି। ଦେଶରେ ଆରୋଗ୍ୟ ହାର ୯୭.୩୭% ରହିଛି।

ଭାରତରେ ସଂପ୍ରତି ୪,୦୮,୯୨୦ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି। ଦୈନିକ ସଂକ୍ରମଣ ହାର ୨.୩୪% ଏବଂ ସାପ୍ତାହିକ ହାର ୨.୪୨% ରହିଛି। ଶୁକ୍ରବାର ସଂଧ୍ୟା ସୁଦ୍ଧା ମୋଟ ୪୬.୧୫ କୋଟି ପାନ ଟିକା ଦିଆସାରିଥିବା ଜଣାଯାଇଛି।

Comments are closed.