ଦେଶରେ ଚିହ୍ନଟ ହେଲେ ଆଉ ୪୧,୧୯୫ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୧୯୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଦିନକ ମଧ୍ୟରେ ୩୯,୦୬୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ମୋଟ ୩,୧୨,୬୦,୦୫୦ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଲେଣି। ଦେଶରେ ଆରୋଗ୍ୟ ହାର ୯୭.୪୫% ରହିଛି। ଦେଶରେ ଦୈନିକ ସଂକ୍ରମଣ ହାର ୧.୯୪% ଓ ସାପ୍ତାହିକ ସଂକ୍ରମଣ ହାର ୨.୨୩% ରହିଛି। ସଂପ୍ରତି ଦେଶରେ ୩,୮୭,୯୮୭ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି। ବୁଧବାର ସଂଧ୍ୟା ସୁଦ୍ଧା ଦେଶରେ ୪୮.୭୩ କୋଟି ନମୁନା ପରୀକ୍ଷା କରାଯାଇସାରିଥିବାବେଳେ ସେହି ସମୟ ମଧ୍ୟରେ ୫୨.୩୬ କୋଟି ପାନ ଟିକା ଦିଆଯାଇସାରିଛି।

Comments are closed.