୪୧୧ ​କୋଟିର ଚୂନ ଲଗାଇ ଋଣ ଖିଲାପକାରୀଙ୍କ ବିଦେଶ ପଳାୟନ

ସିବିିଆଇରେ ଅଭିଯୋଗ କଲା ଏସ୍‌ବିଆଇ

ନୂଆଦିଲ୍ଲୀ  :  ଦେଶରେ ଏବେ ଆଉ ଏକ ବଡ଼ ଋଣ ଠକେଇ ଘଟଣାର ପର୍ଦାଫାଶ ହୋଇଛି । ତେବେ କୌତୂହଳର ବିଷୟ ହେଉଛି ଏଥିରେ ଋଣ ଖିଲାପକାରୀ ବ୍ୟାଙ୍କଗୁଡିକୁ ୪୧୧ କୋଟି ଟଙ୍କାର ଚୂନ ଲଗାଇ ବିଦେଶ ପଳାୟନ କରିବା ପରେ ବ୍ୟାଙ୍କର ନିଦ ଭାଙ୍ଗିିଛି। ଏଭଳି ଏକ ଠକେଇ ଘଟିଛି ଭାରତୀୟ ​ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ରେ । ଋଣ ଖିଲାପକାରୀ ବିଦେଶ ପଳାୟନ କରିବା ସମ୍ପର୍କରେ ଜଣାପଡିବା ପରେ ବ୍ୟାଙ୍କ ପକ୍ଷରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିକଟରେ ଅଭିଯୋଗ କରାଯାଇଛି । ଏଥିରେ ଖିଲାପକାରୀ ୬ ବ୍ୟାଙ୍କକୁ ନେଇ ଗଠିତ କନ୍‌ସୋର୍ଟିୟମ୍‌କୁ ୪୧୧ କୋଟି ଟଙ୍କାର ଚୂନ ଲଗାଇଛନ୍ତି । ବିଦେଶକୁ ବାସୁମତୀ ଚାଉଳ ରପ୍ତାନୀ କ୍ଷେତ୍ରରେ ଏହି ଠକେଇ ହୋଇଛି। ପଶ୍ଚିମ ଏସୀୟ ଏବଂ ୟୁରୋପୀୟ ରାଷ୍ଟ୍ରଗୁଡିକୁ ଏହି ଚାଉଳ ରପ୍ତାନି କରାଯାଇଥିଲା । ଏହି ଘଟଣାରେ ସିବିଆଇ କମ୍ପାନୀର ନିର୍ଦେଶକ ନରେଶ କୁମାର, ସୁରେଶ କୁମାର ଏବଂ ସଙ୍ଗୀତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ତେବେ ଏହି ଠକେଇ ଯୋଗୁ କେବଳ ଏସ୍‌ବିଆଇକୁ ୧୭୩ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି ।

Comments are closed.