ରାଜଧାନୀରୁ ୪୧୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ରାଜଧାନୀରୁ ରବିବାର ୪୧୦ କିଲୋ ଗଞ୍ଜେଇ ଜବତ କରିଛି ଜିଆରପି ପୁଲିସ ।  ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ସାଗର ପ୍ରଧାନ ଓ ସନ୍ତୋଷ ସାହୁଙ୍କ ଘର ଗଞ୍ଜାମ ଜିଲାର ପୋଲସରା ଅଞ୍ଚଳରେ, ମାତ୍ର ସେମା​‌ନେ ବୁଦ୍ଧେଶ୍ଵରୀ କଲୋନୀରେ ରହୁଥିଲେ ।

ଗଞ୍ଜେଇଗୁଡ଼ିକୁ ଛୋଟଛୋଟ ପ୍ୟାକେଟକ କରି ରଖାଯାଇଥିଲା । ପୁଲିସ ଗଞ୍ଜେଇ ସହ ସେମାନଙ୍କଠାରୁ ୨ଟି ମୋବାଇଲ ଫୋନ ଓ ଏକ ଏଟିଏମ୍ କାର୍ଡ଼ ଜବତ କରିଛି, ସେମାନଙ୍କ ବିରୋଧରେ ଏନ୍ଡ଼ିପିଏସ୍ ଆକ୍ଟରେ ମାମଲା ରୁଜୁ କରାଯାଇଛି ।

Comments are closed.