ଦେଶରେ ୪୦,୧୩୪ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ରବିବାର ଗୋଟିଏ ଦିନରେ ୪୦,୧୩୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪,୧୩,୭୧୮ରେ ପହଞ୍ଚିଛି। ସେହି ଦିନକ ମଧ୍ୟରେ ଦେଶରେ ୩୬,୯୪୬ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୩,୦୮,୫୭,୪୬୭ ଜଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି। ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୩୫% ରହିଛି।

ଦେଶରେ ସଂପ୍ରତି ଦୈନିକ ସଂକ୍ରମଣ ହାର ୨.୮୧% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୭% ରହିଥିବା ଜଣାଯାଇଛି। ରବିବାର ସଂଧ୍ୟା ସୁଦ୍ଧା ମୋଟ ୪୬.୯୬ କୋଟି ନମୁନା ପରୀକ୍ଷା କରାଯାଇସାରିଛି। ଏଥିସହିତ ସେହି ସମୟ ମଧ୍ୟରେ ଦେଶରେ ୪୭.୨୨ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି। କେରଳ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଭଳି ଦଶଟି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବା ଅଥବା ସ୍ଥିର ଅବସ୍ଥାରେ ରହିବା ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତା ବଢାଇ ଦେଇଛି।

Comments are closed.