ଚାରି ହଜାରରୁ ଅଧିକ ‘ପଡ଼ା’କୁ ମିଳିବ ନୂଆ ରାଜସ୍ବ ଗାଁର ମାନ୍ୟତା

ଭୁବନେଶ୍ବର : ରାଜ୍ୟର ଚାରି ହଜାରରୁ ଅଧିକ ‘ପଡ଼ା’କୁ ନୂଆ ରାଜସ୍ବ ଗାଁର ମାନ୍ୟତା ମିଳିବ। ରାଜସ୍ବ ଗ୍ରାମ ସୃଷ୍ଟି ପାଇଁ ନୂଆ ନିୟମାବଳୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏ ନେଇ ସବୁ ଜିଲ୍ଲାପାଳଙ୍କୁ ରାଜସ୍ବ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ପତ୍ର ଲେଖିଛନ୍ତି।
ରାଜସ୍ବ ଗାଁଠାରୁ ୫୦୦ ମିଟରରୁ ଅଧିକ ଦୂରରେ ଥିବା ’ପଡ଼ା’  ରାଜସ୍ବ ଗାଁ ହେବ। ରାଜସ୍ବ ଗାଁ ହେବା ପାଇଁ ପଡ଼ାର ଲୋକ ସଂଖ୍ୟା ୨୫୦ରୁ ଅଧିକ ହେବା ଆବଶ୍ୟକ । ମୂଳ ଗାଁଠାରୁ ଅଧ କିମି ଭିତରେ ଥିଲେ ମଧ୍ୟ ‘ପଡ଼ା’  ରାଜସ୍ବ ଗାଁ ହୋଇପାରିବ।  ତେବେ ଏଥିପାଇଁ ‘ପଡ଼ା’ର ଲୋକସଂଖ୍ୟା ୩୦୦ରୁ ଅଧିକ ହୋଇଥିବା ଜରୁରୀ ବୋଲି ପତ୍ରରେ ଦର୍ଶାଯାଇଛି। ଏ ନେଇ ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ରାଜସ୍ବ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି।

Comments are closed.