ଅଗରନାଶୀ ପଠାରେ ୪୦ ଫୁଟ ଲମ୍ବ ମୃତ ତିମି

ରାଜନଗର: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ପେଣ୍ଠ ନିକଟ ଅଗରନାଶୀ ପଠାରେ ଏକ ମୃତ ତିମି ଲାଗିଥିବା ଦେଖିବାକୁ ମିଳିଛି। ଶନିବାର ସକାଳେ ତିମିଟି ଭାସି ଆସି ସମୁଦ୍ର କୂଳରେ ଲାଗିଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ତିମିଟିର ଲମ୍ବ ପ୍ରାୟ ୪୦ ଫୁଟ ହେବ। ତେବେ ତିମିଟି କିପରି ମଲା ତାହା ଜଣାପଡ଼ି ନାହିଁ। କିନ୍ତୁ ବାତ୍ୟା ମାଡ଼ରେ ସମୁଦ୍ର ଭିତରେ ତିମିର ମୃତ୍ୟୁ ଘଟିବା ପରେ ତାହା କୂଳରେ ଆସିଥିବା ଲାଗିଥିବା ଅନୁମାନ କରାଯାଉଛି।

Comments are closed.