୪ଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଆସିଲେ ୪ହଜାର ପ୍ରବାସୀ

ଟାଙ୍ଗୀ: ପ୍ରବାସୀଙ୍କୁ ନେଇ ୪ଟି ସ୍ୱତନ୍ତ୍ର ଟ୍ରେନ୍‍ ରବିବାର ନିର୍ଗୁଣ୍ଡି ଷ୍ଟେସନରେ ଲାଗିଛି। ଏହି ଟ୍ରେନଗୁଡିକରେ ହଜାରହଜାର ସଂଖ୍ୟାରେ ପ୍ରବାସୀ ସେମାନଙ୍କ ଗାଁକୁ ଫେରୁଛନ୍ତି। ତେବେ ପ୍ରଥମ ଟ୍ରେନ୍‍ ଅପରାହ୍ନ ୩. ୧୫ରେ ନିର୍ଗୁଣ୍ଡିରେ ଲାଗିଥିଲା। ଏଥିରେ ୨୮ ଜିଲାର ମୋଟ ୧୭୮୪ ଯାତ୍ରୀ ଓହ୍ଲାଇଥିଲେ। ଏଥିରେ କଟକ-୧୨୬, କେନ୍ଦ୍ରାପଡା-୧୫୬, ଜଗତସିଂହପୁର-୧୨୯, ଢେଙ୍କାନାଳ-୩୧, ଅନୁଗୋଳ-୮, ଯାଜପୁର-୧୭୮, ପୁରୀ-୩୬, ରାୟଗଡା-୯, ବଲାଙ୍ଗୀର-୬୧୫, ନବରଙ୍ଗପୁର-୫, ମାଲକାନଗିରି-୩, କଳାହାଣ୍ଡି-୨୨, ନୟାଗଡ଼-୧୫, ମୟୁରଭଞ୍ଜ-୨୫, ଭଦ୍ରକ-୨୭, ବାଲେଶ୍ୱର-୨୦, ନୂଆପଡା-୭୬, କନ୍ଧମାଳ-୧୦୨, ବରଗଡ଼-୮, କେନ୍ଦୁଝର-୪୬, ଗଞ୍ଜାମ-୮୦, ଖୋର୍ଦ୍ଧା-୧୯, ଗଜପତି-୧୪, ଝାରସୁଗୁଡା-୨, ସୁନ୍ଦରଗଡ-୮, ଦେବଗଡ-୩, ସମ୍ବଲପୁର-୭ ଏବଂ ବୌଦ-୧୪।

ସେହିପରି ଦ୍ୱିତୀୟ ଟ୍ରେନ୍‍ (ହାଇଦ୍ରାବାଦ-ଭଦ୍ରକ) ସଂଧ୍ୟା ୭.୩୦ରେ ଲାଗିଥିଲା। ଏଥିରେ ୨୦୦୦ରୁ ଊର୍ଦ୍ଧ୍ବ ପ୍ରବାସୀ ଆସିଥିଲେ। ତେବେ ଦୂରଦୂରାନ୍ତ ଜିଲାର ପ୍ରବାସୀଙ୍କୁ ରାତିରେ ସେମାନଙ୍କ ଅଞ୍ଚଳୁ ପଠାଇବା ସମ୍ଭବ ହେଉନଥିବାରୁ ପ୍ରାୟ ୧୦୦୦ ପ୍ରବାସୀଙ୍କୁ ଡ୍ରିମ୍‍ସ ସଙ୍ଗରୋଧ କେନ୍ଦ୍ରର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରଖାଯାଇଛି। ଟ୍ରେନ୍‍ ପହଞ୍ଚିବା ପୂର୍ବରୁ ସମଗ୍ର ପ୍ଳାଟଫର୍ମକୁ ବିଶୋଧନ କରାଯାଇଥିଲା। ଯାତ୍ରୀମାନେ ପର୍ୟ୍ୟାୟକ୍ରମେ ଟ୍ରେନ୍‍ରୁ ଓହ୍ଲାଇବାପରେ ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା।

ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ରକ୍ଷା କରି ଯାତ୍ରୀମାନେ ବାହାରକୁ ଆସି ସ୍ୱତନ୍ତ୍ର କାଉଣ୍ଟରରେ ନାମ ପଞ୍ଜୀକରଣ ପରେ ସମସ୍ତଙ୍କର ଷ୍ଟାମ୍ପିଂ କରାଯାଇଥିଲା। ପ୍ରତ୍ୟେକଙ୍କ ପାଇଁ ଖାଦ୍ୟପାନୀୟ ବ୍ୟବସ୍ଥା କରାଯାଇଥିଲା। ପିଡି ଡିଆରଡିଏ ଅବଦଲ୍‍ ଅଖତାର, ଉପ-ଜିଲାପାଳ ତଥା କୋଭିଡ୍‍ -୧୯ ଜିଲା ନୋଡାଲ ଅପିସର ଶୁଭ୍ରାଂଶୁ ମିଶ୍ର, ବାଙ୍କୀ ଉପ-ଜିଲାପାଳ ରଂଜନ କୁମାର ନାୟକ, ଆରଟିଓ ଦିପ୍ତୀ ରଂଜନ ପାତ୍ର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟ୍ଟରାୟ, ଟାଙ୍ଗୀ-ଚୌଦ୍ୱାର ତହସିଲଦାର ନିରଞ୍ଜନ ବେହେରା, ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ସାମନ୍ତରାୟ, ବିଡିଓ ବିନୋଦ କୁମାର ସେନାପତି, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶୋକ କୁମାର ଷଡ଼ଙ୍ଗୀ, ଟାଙ୍ଗୀ ଥାନା ଆଇଆଇସି ପଦାରବିନ୍ଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.