ଶୋପିଆନ, ଅୱନ୍ତିପୁରାରେ ଗୁଳି ବିନିମୟ : ୪ ଆତଙ୍କୀ ମୃତ, ୪ ଯବାନ ଆହତ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ଶୋପିଆନ ଓ ପୁଲୱାମା ଜିଲାରେ ପୃଥକ ପୃଥକ ଘଟଣାରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ଘଟି ୪ ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି। ଏଥିରେ ୪ ଜଣ ଯବାନ ଆହତ ହୋଇଥିବା ଖବର ମିଳିଛି।
ଗୁରୁବାର ସଂଧ୍ୟାରେ ଶୋପିଆନ ସହରରେ ଗୁଳି ବିନିମୟ ଘଟିବାରୁ ତିନିଜଣ ଆତଙ୍କୀଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ଦୁଇଜଣ ସ୍ଥାନୀୟ ମସଜିଦ ଜାନ୍‍ ମୋହଲ୍ଲା ମଧ୍ୟରେ ଲୁଚି ରହିଥିବା ବିଶ୍ୱାସ କରାଯାଉଛି। ଏହି ଗୁଳି ବିନିମୟରେ ସେନାବାହିନୀର ୪ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଅଫିସର ଅଛନ୍ତି। ଦ୍ୱିତୀୟ ଗୁଳି ବିନିମୟ ଶୁକ୍ରବାର ସକାଳେ ପୁଲୱାମା ଜିଲାର ତ୍ରାଲ୍‍ ଅଂଚଳରେ ଘଟିଛି। ସୁରକ୍ଷା ବାହିନୀ ଜବାନମାନେ ଉକ୍ତ ଅଂଚଳକୁ ଘେରାଇ କରିନେଇଥିବାବେଳେ ସେଠାରେ ଦୁଇରୁ ତିନିଜଣ ଆତଙ୍କୀ ରହିଥିବା ଅନୁମାନ କରାଯାଉଥିଲା। ପରେ ଜବାନଙ୍କ ଗୁଳିମାଡରେ ଜଣେ ଆତଙ୍କୀଙ୍କର ମୃତ୍ୟୁ ଘଟିଥିଲା। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଉଭୟ ଜିଲାରେ ଇଂଟରନେଟ ସେବାକୁ ବନ୍ଦ କରିଦିଆଯାଇଛି।

Comments are closed.