ମହଙ୍ଗା ପଡିଲା ଦଶହରା ଚାନ୍ଦା ମାଗିବା : ୪ ଅଗ୍ନିଶମ କର୍ମଚାରୀ ନିଲମ୍ବିତ

ବ୍ରହ୍ମପୁର: ଦଶହରା ଚାନ୍ଦା ମାଗିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ବ୍ରହ୍ମପୁରରେ କାର୍ଯ୍ୟରତ ଅଗ୍ନିଶମ ବିଭାଗର ୪ ଜଣ କର୍ମଚାରୀ । ଏହି କର୍ମଚାରୀମନେ ସହରର ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନକୁ ଦଶହରା ଚାନ୍ଦା ମାଗୁଥିବା ନେଇ ଅଭିଯୋଗ ଆସିବା ପରେ ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଅଗ୍ନିଶମ ଅଧିକାରୀ ସେମାନଙ୍କୁ ନିଲମ୍ବନ କରିବାକୁ ଷ୍ଟେସନ ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ୨ ଜଣ ଅଗ୍ନିକ ଓ ୨ ଜଣ ହାବିଲଦାର ଅଛନ୍ତି । ଏମାନଙ୍କ ମଧ୍ୟରୁ୩ ଜଣ ବ୍ରହ୍ମପୁର ଅଗ୍ନିଶମ କେନ୍ଦ୍ରରେ କାର୍ଯ୍ୟ କରୁଥିବା ବେଳେ ଜଣେ ଏମକେସିଜି ମେଡିକାଲ ଅଗ୍ନିଶମ କେନ୍ଦ୍ରରେ କାର୍ଯ୍ୟ କରୁଥିଲେ । କର୍ମଚାରୀ ମାନେ ଚାନ୍ଦା ମାଗୁଥିବା ଘଟଣାର ଅଧିକ ତଦନ୍ତ ଜାରି ରହିଛି । ସେମାନେ କେଉଁ ପ୍ରତିଷ୍ଠାନକୁ କେତେ ଟଙ୍କା ମାଗିଛନ୍ତି ଓ କାହା ଠାରୁ କେତେ ଆଣିଛନ୍ତି ତାହାର ତଦନ୍ତ ପାଇଁ ଆସନ୍ତାକାଲି ଅଗ୍ନିଶମ ବିଭାଗ ମୁଖ୍ୟାଳୟରୁ ଜଣେ ଅଧିକାରୀ ବ୍ରହ୍ମପୁର ଆସିବେ ବୋଲି ସୂଚନା ମିଳିଛି ।

Comments are closed.