ରାଜ୍ୟରୁ ଆଉ ୪ ମୁଣ୍ଡ ନେଲା ମହାମାରୀ କରୋନା

ଭୁବନେଶ୍ବର : ରାଜ୍ୟରୁ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ମୃତୁ୍ର ବରଣ କରିଥିବା ୪ ମୃତକଙ୍କୁ ମିଶାଇ ରାଜ୍ୟର ମୋଟ୍ କରୋନା ମୃତକଙ୍କ ସଂଖ୍ୟା ୧୮୬୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


ଆଜି ମୃତ୍ୟୁବରଣ କରିଥିବା ୪ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ଜଣେ ରହିଥିବା ବେଳେ  କଳାହାଣ୍ଡି, ନୂଆପଡା ଏବଂ ସୁନ୍ଦରଗଡ ମଧ୍ୟ ଜଣେ ଲେଖାଏଁ ମୃତକ ରହିଛନ୍ତି ।


ସୂଚନାଯୋଗ୍ୟ ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ୬୮ଲକ୍ଷ ୨୭ ହଜାର ୧୭୭ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୩ ଲକ୍ଷ ୨୮ ହଜାର ୫୦୪  ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ଏଥି ମଧ୍ୟରୁ ୩ ଲକ୍ଷ ୨୩ ହଜାର ୭୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୮୬୧ ଜଣଙ୍କ ପ୍ରାଣ ନେଇଛି କରୋନା ଏବଂ ୫୪ ଜଣଙ୍କର ଅନ୍ୟରୋଗ କାରଣରୁ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ରାଜ୍ୟରୁ ୨୮୪୧ ଜଣ ଆକ୍ରାନ୍ତ ବିଭିନ୍ନ କରୋନା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

Comments are closed.