କାଶ୍ମୀରରେ ବାଦଲ ଫଟା ବର୍ଷା; ଗୋଟିଏ ପରିବାରର ୪ ମୃତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ବାରମୂଳା ଜିଲାରେ ରବିବାର ବାଦଲ ଫଟା ବର୍ଷା ହେବାରୁ ଗୋଟିଏ ପରିବାରର ୪ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ସେମାନେ ଛେଳି ପାଳନକାରୀ (ବକରୱାଲ) ଯାଯାବର ସଂପ୍ରଦାୟର ବୋଲି ଜଣାଯାଇଛି। ଏହି ପରିବାର ବାରମୂଳ ଜିଲାର ପର୍ବତ ପାଦଦେଶରେ ତୃଣଭୂମି ଅଞ୍ଚଳରେ ଥିବା ବେଳେ ବାଦଲ ଫଟା ବର୍ଷା ହୋଇଥିଲା। ସେଥିରେ ଛଅ ଜଣିଆ ପରିବାରର ୪ ସଦସ୍ୟଙ୍କର ମୃତ୍ୟୁ ଘଟିଥିଲା। ଜଣେ ଜୀବିତ ଥିବାବେଳେ ଅନ୍ୟ ଜଣଙ୍କର ପତ୍ତା ମିଳୁନାହିଁ। ସେମାନେ ରାଜୋ÷ରୀ ଜିଲାର ହାଜି ବଶିର ଅହମଦ ଖାରି ପରିବାର ବୋଲି ଜଣାଯାଇଛି। ବାଦଲ ଫଟା ବର୍ଷା କାରଣରୁ ସେମାନେ ଭୀଷଣ ଜଳସ୍ରୋତରେ ଭାସିଯାଇଥିଲେ। ନିଖୋଜ ଥିବା ବ୍ୟକ୍ତିଙ୍କୁ ଖୋଜା ଚାଲିଛି ବୋଲି ଉତ୍ତର କାଶ୍ମୀର ଡିଆଇଜି ସୁଜିତ କୁମାର କହିଛନ୍ତି।

Comments are closed.