ରାଜଧାନୀରେ ନାଳରେ ଭାସିଯାଇ ଛାତ୍ର ମୃତ୍ୟୁ ଘଟଣା; ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର: ରାଜଧାନୀରେ ନାଳରେ ଭାସିଯାଇ ପ୍ରାଣ ହରାଇଥିବା ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି। ରିଲିଫ୍ କୋଡ୍ ଅନୁସାରେ ଜ୍ୟୋତିପ୍ରକାଶଙ୍କ ପରିବାରବର୍ଗକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବ ବୋଲି ସୂଚନା ଦେଇଛନ୍ତି ଏକ୍ରାମ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ସୂଚନାଯୋଗ୍ୟ, ୧୯ ଘଣ୍ଟାର ଅପରେସନ ପରେ ଆଜି ପଞ୍ଚସଖା ନଗର ମୁଖ୍ୟ ଡ୍ରେନ୍ ନିକଟ ବୁଦା ଭିତରୁ ଛାତ୍ରଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଏହାପରେ ବ୍ୟବଚ୍ଛେଦ ପାଇଁ ଭୁବନେଶ୍ୱରର ଏମ୍ସ ହସ୍ପିଟାଲକୁ ନିଆଯାଇଛି। କାଲିଠାରୁ ନାଳରେ ଭାସିଯାଇ ନିଖୋଜ ଥିଲେ ଶିରିପୁର ଶତାବ୍ଦୀ ନଗର ବ୍ୟାଙ୍କ କଲୋନୀର ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ। ଏହାପରେ ଅଗ୍ନିଶମ କର୍ମଚାରୀ ଦୀର୍ଘ ସମୟ ଧରି ଉଦ୍ଧାର କାର୍ୟ୍ୟ ଚଳାଇଥିଲେ। ମାତ୍ର ଛାତ୍ରଙ୍କର କୌଣସି ସନ୍ଧାନ ମିଳି ନ ଥିଲା। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଛାତ୍ର ଜଣକ ନାଳ ପାଖ ଦେଇ ଆସୁଥିବା ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା। ଫଳରେ ସେ ନାଳରେ ପଡ଼ି ଯାଇଥିଲେ । ପ୍ରବଳ ବର୍ଷା ପରେ ନାଳରେ ଚାଲିଥିବା ପାଣି ସୁଅରେ ପଡ଼ିଯିବାରୁ ଛାତ୍ର ଜଣକ ଭାସି ଯାଇଥିଲେ।

Comments are closed.