ଜାମ୍ମୁରୁ ୪ ଜୈଶ୍‌ ଆତଙ୍କୀ ଗିରଫ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଅବନ୍ତିପୋରାରୁ ପୁଲିସ ୪ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏମାନେ ସମସ୍ତେ ପାକ୍‌ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ସଦସ୍ୟ ବୋଳି ଜଣାପଡ଼ିଛି। ଗତ କିଛି ଦିନ ଧରି କାଶ୍ମୀରରେ ସୁରକ୍ଷାକର୍ମୀ ଏବଂ ପୁଲିସର ମିଳିତ ଅପରେଶନ ଜାରି ରହିଛି। ନିକଟରେ ଅବନ୍ତିପୋରାରେ ହିଜବୁଲ କମାଣ୍ଡର ରିୟାଜ ନାୟକୁ ଯବାନଙ୍କ ଗୁଳିରେ ନିହତ ହୋଇଥିଲା। ନାୟକୁର ମୃତ୍ୟୁ ପରେ ଏଠାରେ ହିଜବୁଲ ସଂଗଠନ ସମ୍ପୂର୍ଣ୍ଣ ନିପାତ ହୋଇଯାଇଥିବା କୁହାଯାଉଛି।

ଗିରଫ ୪ ଆତଙ୍କବାଦୀ ହେଉଚନ୍ତି ଶବୀର ଅହମଦ ପାରେ, ଶିରାଜ ଅହମଦ ଦାର, ଶଫତ ଅହମଦ ମୀର ଏବଂ ଇଶଫାକ ଅହମଦ ଶାହ। ଏହି ୪ ଜଣ ବାଥେ ଅଞ୍ଚଳରେ ରହୁଥିଲେ। ଜୈଶ୍‌ର ସକ୍ରିୟ ଆତଙ୍କବାଦୀମାନଙ୍କ ରହିବା, ଖାଦ୍ୟପେୟ ପହଞ୍ଚାଇବା ଦାୟିତ୍ଵରେ ଥିଲେ। ତ୍ରାଲ୍‌ର ଜଙ୍ଗଲରେ ରହିଥିବା ଆତଙ୍କବାଦୀମାନଙ୍କୁ ଏମାନେ ସହାୟତା କରିଆସୁଥିଲେ। ଏମାନଙ୍କଠାରୁ ବହୁ ପରିମାଣରେ ଗୋଳାବାରୁଦ ଜବତ ହୋଇଛି।

Comments are closed.