ଗଡ଼ ହୁମ୍ମାରୁ ୪ ଜୁଆଡି ଗିରଫ, ମୋବାଇଲ ଓ ଟଙ୍କା ଜବତ

ଗଞ୍ଜାମ : ରମ୍ଭା ଥାନା ଅନ୍ତର୍ଗତ ଗଡ଼ ହୁମ୍ମା ଗ୍ରାମର ପ୍ରାଇମେରୀ ସ୍କୁଲ ପରିସରରେ ଜୁଆ ଖେଳ ଚାଲିଥିବା ବେଳେ ୪ ଜୁଆଡିଙ୍କୁ ରମ୍ଭା ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ୫୨୦୦ ଟଙ୍କା ସହ ତିନୋଟି ମୋବାଇଲ ପୁଲିସ ଜବତ କରିଛି । ମିଳିଥିବା ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇ ରମ୍ଭା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରାଙ୍କ ନେତୃତ୍ୟରେ ଏସ ଆଇ ବିକାଶ କୁମାର ସାମଲଙ୍କ ସହ ଏକ ଟିମ୍ ଗଡ଼ ହୁମା ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ। ଅନ୍ୟ ଜୁଆଡି ମାନେ ସେଠାରୁ ଖସି ପଲାଇ ଥିଲେ। ପୁଲିସ ୪ଜଣ ଜୁଆଡିଙ୍କୁ ମାଡି ବସିଥିଲେ। ପ୍ରକାଶ ଯୋଗ୍ୟ କୁମାର ପୂର୍ଣ୍ଣମୀ ପାଇଁ ବିଭିନ୍ନ ଅଞ୍ଚଳରେ ଜୁଆ ଖେଳ ଚାଲିଥିବା ଜଣାପଡିଛି।

Comments are closed.