୪ଦିନ ପାଇଁ ଢେଙ୍କାନାଳ ସହର ସଟଡାଉନ

ଢେଙ୍କାନାଳ: ବିଗତ ୧୦ଦିନ ଧରି ଢେଙ୍କାନାଳ ପୌରାଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲା ପ୍ରଶାସନ ପକ୍ଷରୁ ପୂର୍ବରୁ ରହିଥିବା ଶନିବାର ଓ ରବିବାର ସହିତ ଗୁରୁବାର ଓ ଶୁକ୍ରବାର ସଟ୍‍ଡାଉନ୍‍ ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ କରୋନା ପରୀକ୍ଷା ପାଇଁ ସହରର ଦୁଇଟି ସ୍ଥାନ ଯଥା – ଜଜ୍‍ ସ୍କୁଲ୍‍ ଓ ଟାଉନ୍‍ ହଲ୍‍ ଠାରେ ଆଣ୍ଟିଜେନ୍‍ ଟେଷ୍ଟ କରାଯିବ। ବିଶେଷ କରି ପରିବା ବ୍ୟବସାୟୀ, ବୁଲା ବିକାଳୀ, ମାଛ-ମାଂସ ବେପାରୀଙ୍କ ସମେତ ବିଭିନ୍ନ ଲୋକଙ୍କର କୋଭିଡ୍‍-୧୯ ପରୀକ୍ଷା କରାଯିବ ବୋଲି ପୌର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସଟଡାଉନ ଘୋଷଣା ସମୟରେ ଅତ୍ୟାବଶ୍ୟକ ସେବା ସହିତ ମେଡିକାଲ ସେବା ଉପଲବ୍ଧ ହୋଇପାରିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.