୪ ଦିନ ପ୍ରବଳ ବର୍ଷା ଆଶଂକା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ

ଆସନ୍ତା ୨୪ ଘଣ୍ଟା (ରବିବାର ) ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଅନୁଗୋଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା  ଆଶଙ୍କା କରିଛି ପାଣିପାଗ ବିଭାଗ ।  ରାୟଗଡା, ବୌଦ୍ଧ, ପୁରୀ,ଖୋର୍ଦ୍ଧା, ନୟାଗଡ଼, ପୁରୀ,ବଲାଙ୍ଗୀର, କଟକ,ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ ଓ ସୋନପୁର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି ହୋଇଛି ।

ସେହିପରି ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି ହୋଇଛି  । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଗତକାଲି ରାଜ୍ୟରେ ପ୍ରାୟ ସବୁ ଅଞ୍ଚଳରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି ।

Comments are closed.