ରେଡିଓ ଦିବସ ପାଳିତ

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ ବାଣୀପଦା ପଞ୍ଚାୟତରେ ଥିବା ଉତ୍କଳ ଇଣ୍ଟରନେସନାଲ ସ୍କୁଲରେ ଡ.ସରୋଜୀନି ନାଇଡୁଙ୍କ ଜନ୍ମ ଦିବସ ଓ ରେଡିଓ ଦିବସ ସୋମବାର ପାଳିତ ହୋଇଯାଇଛି। ସ୍କୁଲର ପ୍ରତିଷ୍ଠାତା ଗଣେଷ ପ୍ରସାଦ ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ସହଦେବ ବରାଳ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ପିଲାମାନଙ୍କୁ ସରୋଜିନୀ ନାଇଡୁଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସହିତ ରେଡିଓ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ବୁଝାଇଥିଲେ। ଏଥି ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ରେଡିଓ ପ୍ରଦର୍ଶନ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ, ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଅଧ୍ୟକ୍ଷ ବୈକୁଣ୍ଠନାଥ ତାରେଣିଆ, ଗୋବିନ୍ଦ ଚରଣ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Comments are closed.