ସରକାରୀ କାର୍ଯ୍ୟରେ ଅବହେଳା ପାଇଁ ୩ଶିକ୍ଷକ ସସପେଣ୍ଡ

ନବରଙ୍ଗପୁର : ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକରେ ଶୁକ୍ରବାର ସରକାରୀ କାର୍ଯ୍ୟରେ ଅବହେଳା କରିବା କାରଣରୁ ତିନି ଜଣ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି। ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମାନିଗା ଆବାସିକା ଆଶ୍ରମ ବିଦ୍ୟାଳୟର ୨ଜଣ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବାବେଳେ ଧନସୁଲି ଆଶ୍ରମ ବିଦ୍ୟାଳୟର ସହଶିକ୍ଷକ ନବକିଶୋର ମାଟିଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। ଜିଲାପଳାଳଙ୍କ ନିର୍ଦେଶରେ ନବରଙ୍ଗପୁର ଡିଡବ୍ଲୁଓ ନିଲମ୍ବନ କରିଥିବା ସୂଚନା ମିଳିଛି।

Comments are closed.