ଜାନୁଆରୀ ପୂର୍ବରୁ ଶେଷ ହେବ ନାହିଁ କରୋନାର ତୃତୀୟ ଲହର

ନୂଆଦିଲ୍ଲୀ: ଦେଶର କିଛି ସ୍ଥାନରେ କରୋନାର ତୃତୀୟ ଲହର ସୃଷ୍ଟି ହୋଇଛି ଏବଂ ଏହା ଜାନୁଆରୀ ପୂର୍ବରୁ ଶେଷ ହେବାର ସମ୍ଭାବନା ନାହିଁ । ଏପରି ଭବିଷ୍ୟତବାଣୀ କରିଛନ୍ତି କିଛି ସ୍ବାସ୍ଥ୍ୟ ବିଶେଷଜ୍ଞ । ସେମାନେ କହିଛନ୍ତି ଯେ ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଆଦି ରାଜ୍ୟରେ କରୋନାର ଯେଉଁ ତୀବ୍ର ଗତି ଦେଖା ଦେଇଛି ତାହା ଆହୁରି କିଛି ସପ୍ତାହ ଅବ୍ୟାହତ ରହିବ ।

ନୋଏଡାର ଫୋର୍ଟିସ୍ ହସ୍ପିଟାଲର ଆଭ୍ୟନ୍ତରୀଣ ଔଷଧ ବିଭାଗ ନିର୍ଦ୍ଦେଶକ ଅଜୟ ଅଗ୍ରୱାଲଙ୍କ ସୂଚନା ଅନୁଯାୟୀ, କୋଭିଡ -୧୯ର ଦ୍ୱିତୀୟ ତରଙ୍ଗ ଅକ୍ଟୋବର ମାସରେ ଶେଷ ହୋଇଥିଲା ଏବଂ ତୃତୀୟ ତରଙ୍ଗ ନଭେମ୍ବର ମଧ୍ୟଭାଗରୁ ଆରମ୍ଭ ହୋଇ ଜାନୁଆରୀ ମଧ୍ୟଭାଗ ପର୍ଯ୍ୟନ୍ତ ଚାଲିବ । ଆଇଏଏନ୍ଏସକୁ ଡ଼ା. ଅଗ୍ରୱାଲ ଦେଇଥିବା ସୂଚନା ଅନୁସାରେ ସମ୍ପ୍ରତି ରୋଗୀମାନଙ୍କଠାରେ ଶ୍ବାସକ୍ରିୟାଜନିତ ସମସ୍ୟା ଦେଖା ଦେଇଛି । ଏହାପରେ ରୋଗୀମାନଙ୍କଠାରେ ଫୁସଫୁସ ଫାଇବ୍ରୋସିସ୍ ଭଳି ପୋଷ୍ଟ-କୋଭିଡ୍ ଜଟିଳତା ବୃଦ୍ଧି ପାଇବ ବୋଲି ଆମେ ଆଶା କରୁଛୁ। ସୂଚନାଯୋଗ୍ୟ ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୯୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ନୂଆ ୫୨୪୬ ସଂକ୍ରମିତ ହୋଇଛନ୍ତି ।

ଅନ୍ୟପକ୍ଷରେ ଆପୋଲୋ ଟେଲିହେଲଥ ପରାମର୍ଶଦାତା ଡ଼. ଅରୁଣ କୁମାର କହିଛନ୍ତି ଯେ  ମେ-ଜୁନ୍ ମାସରେ ପ୍ରଥମ ତରଙ୍ଗ ଦେଶକୁ ଆସିଥିଲା। ଦ୍ୱିତୀୟ ତରଙ୍ଗ ସେପ୍ଟେମ୍ବର ମାସରେ ଆରମ୍ଭ ହୋଇ ଅକ୍ଟୋବର୧୦ରେ ଶେଷ ହୋଇଛି । ନଭେମ୍ବରର ପ୍ରଥମ ସପ୍ତାହରେ ଆରମ୍ଭ ହୋଇଥିବା ତୃତୀୟ ତରଙ୍ଗ ଏହାର ଶିଖର ଅତିକ୍ରମ କରିସାରିଛି ଏବଂ ଆମେ ଆଶା କରୁଛୁ ଯେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ତୃତୀୟ ତରଙ୍ଗ ଅତିକ୍ରମ କରିବ।

Comments are closed.