ସିଡନୀରେ ଭାରତର ଜବରଦସ୍ତ ମୁକାବିଲା, ଅମିମାଂଶୀତ ରହିଲା ୩ୟ ଟେଷ୍ଟ

ସିଡନୀ: ସିଡନୀ ଟେଷ୍ଟର ଅନ୍ତିମ ଦିବସରେ ଭାରତ ୨ୟ ଇନିଂସରେ କଙ୍ଗାରୁ ଦଳର ଜବରଦସ୍ତ ମୁକାବିଲା କରିଛି। ବିଜୟଠୁ ଦୂରରେ ଥିଲେ ବି ଘରୋଇ ଦଳର ସିରିଜ ବିଜୟ ଆଶାକୁ ଟିମ୍‌ ଇଣ୍ଡିଆ ମଉଳାଇ ଦେଇଛି। ଫଳରେ ସିଡନୀରେ ଖେଳାଯାଇଥିବା ୩ୟ ଟେଷ୍ଟ ଅମିମାଂଶୀତ ଭାବେ ଶେଷ ହୋଇଛି।

Image Courtesy: AP

ପ୍ରଥମ ଦୁଇଟି ଟେଷ୍ଟରେ ଉଭୟ ଟିମ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ଗୋଟିଏ ଲେଖାଏ ବିଜୟ ସହ ସମାନ ସ୍ଥିତିରେ ରହିଛନ୍ତି। ୩ୟ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୩୩୮ ରନ୍‌ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ପ୍ରଥମ ଇନିଂସରେ ୨୪୪ ରନ କରିବାରେ ସମର୍ଥ ହୋଇଥିଲା। ଫଳରେ ଘରୋଇ ଦଳ ୯୪ ରନ୍‌ର ଅଗ୍ରଣୀ ହାସଲ କରିଥିଲା।

ଅଷ୍ଟ୍ରେଲି୍ରା ୨ୟ ଇନିଂସରେ ବି ଭଲ ପ୍ରଦର୍ଶନ କରି ୩୧୨ ରନରେ ପାଳି ଘୋଷଣା କରିଥିଲା। ଫଳରେ ଭ୍ରମଣକାରୀ ଦଳ ପାଇଁ ୩୦୭ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ତେବେ ଭାରତୀୟ ଓପନରମାନେ ଭଲ ଆରମ୍ଭ କରିଥିଲେ। ୪ର୍ଥ ଦିନରେ ଦଳର ଏହାର ୨ୟ ଇନିଂସ ଆରମ୍ଭ କରିଥିଲା। ରୋହିତ ଶର୍ମାଙ୍କ ୫୨ ରନ ଏବଂ ଶୁବମନ ଗିଲ୍‌ଙ୍କ ୩୧ ରନ ବଳରେ ଟିମ ଇଣ୍ଡିଆ ୨ ଉଇକେଟ ହରାଇ ୯୮ ରନ୍‌ କରିଥିଲା।

୫ ଦିନରେ ୯୮/୨ରୁ ଭାରତ ଖେଳ ଆରମ୍ଭ କରିଥିଲା। ଚେତେଶ୍ବର ପୂଜାରାଙ୍କ ୭୭ ରନ୍‌, ଋଷଭ ପନ୍ତଙ୍କ ୯୭, ଆହତ ସତ୍ବେ ହନୁମା ବିହାରୀଙ୍କ ୨୩ (ଅପରାହଜିତ) ଏବଂ ରବିଚନ୍ଦ୍ର ଅଶ୍ବିନଙ୍କ ଅପରାଜିତ ୩୯ ରନ୍‌ ବଳରେ ଭାରତ ୩୩୪ ରନ୍‌ କରି ୫ ଉଇକେଟ ହରାଇଥିଲା। ଫଳରେ ୫ମ ଦିନ ଶେଷ ସୁଦ୍ଧା ମ୍ୟାଚ କୌଣସି ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚି ପାରି ନ ଥିଲା। ହନୁମା ବିହାରୀ ଆହତ ହୋଇଥିଲେ ହେଁ କଙ୍ଗାରୁ ବୋଲରଙ୍କର କଡ଼ା ମୁକାବିଲା କରିଥିଲେ।

Comments are closed.