କୋଭାକ୍ସିନ ୩ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ଫଳାଫଳ ଆସିଲା; ଗୁରୁତର ରୋଗୀଙ୍କ କ୍ଷେତ୍ରରେ ୯୩% ଫଳପ୍ରଦ

ନୂଆଦିଲ୍ଲୀ: ଭାରତ ବାୟୋଟେକ୍‍ ଦ୍ୱାରା ପ୍ରସ୍ତୁତ କୋଭିଡ ଟିକା କୋଭାକ୍ସିନର ୩ୟ ପର୍ଯ୍ୟାୟ ପରୀକ୍ଷଣ ଫଳାଫଳ ସର୍ବସମ୍ମୁଖକୁ ଆସିଛି। ସେଥିରୁ କୋଭାକ୍ସିନ କୋଭିଡ-୧୯ ମହାମାରୀ ବିରୁଦ୍ଧରେ ଅତୁଳନୀୟ ନିରାପତ୍ତା ସୁନିଶ୍ଚିତ କରୁଥିବା ଜଣାଯାଇଛି।

ଗୁରୁତର କୋଭିଡ-୧୯ ସଂକ୍ରମଣ କ୍ଷେତ୍ରରେ ଏହା ୯୩% ପ୍ରଭାବୀ ରହିବା ସହିତ ଡାକ୍ତରଖାନାରେ ଭର୍ତ୍ତି ହେବା ସଂଖ୍ୟାରେ ହ୍ରାସ ଘଟାଉଥିବା ଜଣାଯାଇଛି। ସେହିଭଳି ସାମାନ୍ୟରୁ ମଧ୍ୟମ ଧରଣର ସଂକ୍ରମଣ କ୍ଷେତ୍ରରେ ଏହା ୭୮% ଫଳପ୍ରଦ ସାବ୍ୟସ୍ତ ହୋଇଛି। ଆଉ ମଧ୍ୟ ଲକ୍ଷଣବିହୀନ କୋଭିଡ-୧୯ ସଂକ୍ରମିତଙ୍କ କ୍ଷେତ୍ରରେ ଏହା ୬୩% ଏବଂ ବି.୧.୬୧୭.୨ ଡେଲଟା ଭାରିଆଣ୍ଟ କ୍ଷେତ୍ରରେ ୬୫% ପ୍ରଭାବଶାଳୀ ପ୍ରମାଣିତ ହୋଇଛି। ସବୁଠାରୁ ବଡ କଥା ହେଉଛି ଏହି ଟିକା ନେବା ପରବର୍ତ୍ତୀ ସମୟରେ ଲୋକଙ୍କ ଠାରେ ସର୍ବନିମ୍ନ ପ୍ରତିକ୍ରିୟା ଲକ୍ଷ୍ୟ କରାଯାଉଛି।

Comments are closed.