ତୃତୀୟ ପର୍ଯ୍ୟାୟରେ ୧୧୬ ଲୋକସଭା ଆସନରେ ଚାଲିଛି ମତଦାନ; ଭୋଟରଙ୍କ ମଧ୍ୟରେ ଉତ୍ସୁକତା

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ଭୋଟଗ୍ରହଣ ଆରମ୍ଭ ହୋଇଛି। ଦେଶରେ ୧୪ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ୧୧୬ଟି ଲୋକସଭା ଆସନ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୬୪୦ ସାଂସଦ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବାବେଳେ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୮ କୋଟି ୮୫ ଲକ୍ଷରୁ ଊର୍ଦ୍ଧ୍ବ ଭୋଟର। ମତଦାନ ପାଇଁ ଭୋଟରଙ୍କ ମଧ୍ୟରେ ବି ବେଶ୍‌ ଉତ୍ସୁକତା ଦେଖିବାକୁ ମିଳିଛି।

ଏହି ପର୍ଯ୍ୟାୟରେ ଓଡ଼ିଶାର ସମ୍ବଲପୁର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ଏବଂ କେନ୍ଦୁଝର ଲୋକସଭା ଆସନରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି। ଏଥିରେ ୬୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ମତ ଦାନ ପାଇଁ ମୋଟ ୧୦,୪୬୪ଟି ପୋଲିଂ ବୁଥ ନିର୍ଦ୍ଧାରିତ କରାଯାଇଛି।

ସେହିପରି ଆସାମର ୪ଟି ସଂସଦୀୟ କ୍ଷେତ୍ର, ବିହାରର ୫ଟି, ଛତିଶଗଡର ୭, ଗୋଆରେ ୨, ଗୁଜୁରାଟରେ ୨୬, ଜାମ୍ମୁ କଶ୍ମୀରରେ ଗୋଟିଏ, କର୍ନାଟକରେ ୧୪ଟି, କେରଳରେ ୨୦ଟି, ମହାରାଷ୍ଟ୍ରର ୧୪, ତ୍ରିପୁରାରେ ଗୋଟିଏ, ଉତ୍ତର ପ୍ରଦେଶରେ ୧୦ଟି ଆସନ, ପଶ୍ଚିମବଙ୍ଗରେ ୫, ଦାଦ୍ରା ନଗର ହାବେଳୀ ଏବଂ ଡାମନ ଡିଉରେ ଗୋଟିଏ ଲେଖାଁଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି।

Comments are closed.