ରାଜ୍ୟରେ ୩ୟ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ତୃତୀୟ କରୋନା ଭୂତାଣୁ ପଜେଟିଭ ରୋଗୀ ଚିହ୍ନଟ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏହି ସୂଚନା ଦିଆଯାଇଛି। ତେବେ ଏହାକୁ ମିଶାଇ ଓଡ଼ିଶାରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ସମସ୍ତ ସଂକ୍ରମିତ ରୋଗୀ ଭୁବନେଶ୍ବରର ବୋଲି ଜଣାପଡିଛି।

ଗୁରୁବାର ସଂକ୍ରମିତ ହୋଇଥିବା ରୋଗୀ ଜଣଙ୍କ ଜଣେ ପୁରୁଷ ଏବଂ ତାଙ୍କ ବୟସ ୬୦ ବର୍ଷ ବୋଲି ସୂଚନା ମିଳିଛି।

Comments are closed.