ଦିନ @୩ ମୁଖ୍ୟ ଖବର

(୧) ଦେଶ ପାଳୁଛି ୭୬ ତମ ସ୍ବାଧୀନତା ଦିବସ… ଦିଲ୍ଲୀର ଲାଲକିଲ୍ଲାରେ ଫରଫର ହୋଇ ଉଡ଼ିଲା ତ୍ରିରଙ୍ଗା… ପତାକା ଉତ୍ତୋଳନ କରି ଦେଶକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…. ଜୟ ଜୟରେ ପ୍ରକମ୍ପିତ ହେଲା ଲଲକିଲ୍ଲା ମାଟି…

(୨) ସ୍ବାଧୀନତା ଦିବସ ଅବସରରେ ଉତ୍ସବ ମୁଖର ରାଜ୍ୟ… ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ… କହିଲେ ଓଡ଼ିଶାରେ ଆରମ୍ଭ ହୋଇଛି ପରିବର୍ତ୍ତନର ନୂଆ ଯୁଗ…

(୩) ତଳମୁଣ୍ଡରେ ହେବ ବନ୍ୟା ନିୟନ୍ତ୍ରଣ… ବନ୍ଦ ହେବ ହୀରାକୁଦର ୮ଟି ଗେଟ୍‌… ଡ୍ୟାମର ଗେଟ୍‌ ବନ୍ଦ କରାଯିବା ନେଇ ସୂଚନା ଦେଲେ ଏସଆରସି… ବର୍ତ୍ତମାନ ହୀରାକୁଦର ୩୪ଟି ଗେଟରେ ନିଷ୍କାସନ ହେଉଛି ବନ୍ୟାଜଳ…

(୪) ବନ୍ୟା ସ୍ଥିତିକୁ ନେଇ ସୂଚନା ଦେଲେ ଏସ୍‌ଆରସି… କହିଲେ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଚାଲିଛି କସରତ… ଉପର ମୁଣ୍ଡରେ ଏବେ ବି ଜାରି ରହିଛି ବର୍ଷା… ବଢ଼ୁଛି ମହାନଦୀ ଜଳସ୍ତର… ହୋଇପାରେ ବନ୍ୟା… ସଜାଗ ରହିଛନ୍ତି ଅଧିକାରୀ…

(୫) ସବୁଠି ଉଡ଼ିଲା ତ୍ରିରଙ୍ଗା.. ସିକିମର ଉଚ୍ଚ ପାହାଡ଼ରେ ପତାକା ଉଡ଼ାଇଲେ ବୀର ଯବାନ… ଜାତୀୟ ସଂଗୀତରେ ଗୁଞ୍ଜରିତ ହେଲା ପରିବେଶ… ସେପଟେ ଉତ୍ତର ଆମେରିକାରେ ନୌସେନା ଯୁଦ୍ଧ ଜାହାଜରେ ଉଡ଼ିଲା ତ୍ରିରଙ୍ଗା…

(୬) ଦେଶବାସୀଙ୍କୁ ସମ୍ବୋଧନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ… କହିଲେ, ଦେଶ ପାଳୁଛି ଅମୃତ ମହୋତ୍ସବ…. ଆତ୍ମନିର୍ଭର ହେଉଛି ଭାରତ… ମଜଭୁତ ହେଉଛି ଦେଶର ଲୋକତନ୍ତ୍ର ଓ ଅର୍ଥନୀତି…

Comments are closed.