ଦେଶରେ ଆଉ ୩୯,୦୯୭ ସଂକ୍ରମିତ ଚିହ୍ନଟ; ଦିନକରେ ୫୪୬ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୯,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦେଶରେ ଦିନକ ମଧ୍ୟରେ ୩୫,୦୮୭ ଜଣ ସୁସ୍ଥ ହୋଇଛନ୍ତି ।  କରୋନାରୁ ଆରୋଗ୍ୟ ହାର ୯୭.୩୫% ହୋଇଛି । ଦେଶରେ ସଂପ୍ରତି ମୋଟ ୪,୦୮,୯୭୭ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି ।

ଦେଶରେ ଦୈନିକ ସଂକ୍ରମଣ ହାର ୨.୪% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୨୨% ହୋଇଛି । ଦେଶରେ ମୋଟ ୪୫.୪୫ କୋଟି ନମୁନା ଶୁକ୍ରବାର ସଂଧ୍ୟା ସୁଦ୍ଧା ପରୀକ୍ଷା କରାଯାଇସାରିଛି । ଏପର୍ଯ୍ୟନ୍ତ ମୋଟ ୩,୦୫,୦୩,୧୬୬ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି । ଏଥିସହିତ ଶୁକ୍ରବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୪୨.୭୮ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି । ଦେଶରେ ଗୋଟିଏ ଦିନରେ ୫୪୬ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏଥିସହିତ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୨୦,୦୧୬କୁ ବୃଦ୍ଧିପାଇଛି ।

Comments are closed.